ଓଡିଶା

odisha

ETV Bharat / sports

WTC FINAL: ବିରାଟ କୋହଲିଙ୍କ ସ୍ପୋର୍ଟସମ୍ୟାନସିପ୍, ପ୍ରଶଂସା କଲା ଆଇସିସି - ବିରାଟ କୋହଲିଙ୍କ ବ୍ୟବହାର

କ୍ୟାରିଅରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ । ଭାରତ ଅଧିନାୟକ ବିରାଟ କୋହଲି ଆଉଟ ହେବା ପୂର୍ବରୁ ବିଜେ ୱାଟଲିଂଙ୍କୁ ପଡ଼ିଆରେ ହାତ ମିଳାଇ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

icc congratulate virat kohli nice gesture to bj watling in wtc final
icc congratulate virat kohli nice gesture to bj watling in wtc final

By

Published : Jun 23, 2021, 7:41 PM IST

ସାଉଥାମ୍ପଟନ:କ୍ୟାରିଅରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ । ତେବେ ଭାରତ ଅଧିନାୟକ ବିରାଟ କୋହଲି ଆଉଟ ହେବା ପୂର୍ବରୁ ବିଜେ ୱାଟଲିଂଙ୍କୁ ପଡ଼ିଆରେ ହାତ ମିଳାଇ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ଖୁବ ପସନ୍ଦ କରିଛନ୍ତି କ୍ରିକେଟ ପ୍ରେମୀ ।

ଏହାକୁ ନେଇ ଆଇସିସି ଟ୍ୱିଟ କରି ବିରାଟ କୋହଲିଙ୍କ ପ୍ରଶଂସା କରିଛି । ଆଇସିସି ଟ୍ୱିଟ କରି ଲେଖିଛି ଯେ, ବିରାଟ କୋହଲିଙ୍କ ଏକ ପ୍ରଶଂସନୀୟ ବ୍ୟବହାର । ନ୍ୟୁଜିଲାଣ୍ଡ ୱିକେଟକିପରଙ୍କ ଶେଷ ଅନ୍ତର୍ଜାତୀୟ ଦିନିକିଆରେ ଶୁଭେଚ୍ଛା ଜଣାଇଛନ୍ତି ।

ବିରାଟ କୋହଲିଙ୍କ ଏଭଳି ବ୍ୟବହାରକୁ ସୋସିଆଲ ମିଡିଆରେ ମଧ୍ୟ ଖୁବ ପ୍ରଶଂସା ସାଉଁଟୁଛି । ତେବେ ଦୁଇ ୱିକେଟ ହରାଇ 64 ରନ ସହ ରିଜର୍ଭ ଡେ'ରେ ଖେଳ ଆରମ୍ଭ କରିଥିଲା ଭାରତ । ମ୍ୟାଚ ଆରମ୍ଭରୁ ଜେମିସନଙ୍କ ଶିକାର ହୋଇଥିଲା ଭାରତ ଅଧିନାୟକ ବିରାଟ କୋହଲି । ଏହାପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ମାତ୍ର 170 ରନରେ ଅଲ ଆଉଟ ହୋଇଛି ଭାରତୀୟ ଦଳ ।

ବର୍ତ୍ତମାନ ନ୍ୟୁଜିଲାଣ୍ଡ ସମ୍ମୁଖରେ 139 ରନ ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡ ବୋଲରଙ୍କ ଆକ୍ରମକ ବୋଲିଂ ଆଗରେ ଧ୍ୱସ୍ତ ହୋଇଯାଇଥିଲା ଭାରତର ବ୍ୟାଟିଂ ଲାଇନ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି 4ଟି, ଟ୍ରେଣ୍ଟ ବୋଲ୍ଟ 3ଟ, କାଇଲ ଜେମିସନ ଦୁଇଟି ଓ ନିଲ ୱାଙ୍ଗର ଗୋଟିଏ ୱିକେଟ ନେଇଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ନ୍ୟୁଜିଲାଣ୍ଡ ହାତରେ ରହିଥିବା ଭଳି ମନେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details