ଓଡିଶା

odisha

ETV Bharat / sports

ICC World Cup 2023: ବିଶ୍ବକପ୍‌ ପାଇଁ ଜାରି ହେଲା ଅମ୍ପାୟାର-ରେଫ୍‌ରୀ ତାଲିକା, ଦୁଇ ଭାରତୀୟ ସାମିଲ - ଅମ୍ପାୟାର ନୀତିନ ମେନନ୍

ଆସନ୍ତା ଦିନିକିଆ ବିଶ୍ବକପ୍‌ ୨୦୨୩ ପାଇଁ ଅମ୍ପାୟାର ଓ ରେଫ୍‌ରୀ ତାଲିକା ଜାରି କଲା ICC । ତାଲିକାରେ ଭାରତୀୟ ଅମ୍ପାୟାର ନୀତିନ ମେନନ୍ ଏବଂ ମ୍ୟାଚ୍ ରେଫ୍‌ରୀ ଜାୱାଗଲ ଶ୍ରୀନାଥ ମଧ୍ୟ ସ୍ଥାନ ପାଇଛନ୍ତି । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ପାଇଁ ଜାରି ହେଲା ଅମ୍ପାୟାର-ରେଫ୍‌ରୀ ତାଲିକା
ବିଶ୍ବକପ୍‌ ପାଇଁ ଜାରି ହେଲା ଅମ୍ପାୟାର-ରେଫ୍‌ରୀ ତାଲିକା

By ETV Bharat Odisha Team

Published : Sep 8, 2023, 10:56 PM IST

ଦୁବାଇ: ଭାରତରେ ଆୟୋଜିତ ହେବାକୁ ଥିବା ICC ଦିନିକିଆ ବିଶ୍ବକପ୍ ୨୦୨୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍‌ । ଦିନିକିଆ କ୍ରିକେଟ୍‌ର ଏହି ମହାକୁମ୍ଭ ଆରମ୍ଭ ହେବାକୁ ଆଉ ମାସେରୁ ବି କମ୍ ସମୟ ବାକି ରହିଛି । ପ୍ରଥମ ଥର ପାଇଁ ଭାରତ ଏକାକୀ ଦିନିକିଆ ବିଶ୍ବକପ ଆୟୋଜନ କରିବାକୁ ଯାଉଥିବାବେଳେ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ ସମସ୍ତ ମୁକାବିଲା । ପୂର୍ବରୁ ମିଳିତ ଭାବରେ ୧୯୮୭, ୧୯୯୬ ଏବଂ ୨୦୧୧ ବିଶ୍ବକପ୍ ଆୟୋଜନ କରିଥିଲା ଭାରତ । ତେବେ ବିଶ୍ବକପ୍‌ ୨୦୨୩ ଆୟୋଜନ ନେଇ ଉଭୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମିଳିତ ଭାବେ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିବାବେଳେ ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅମ୍ପାୟାର ଓ ରେଫ୍‌ରୀଙ୍କ ତାଲିକା ଜାରି କରିଛି ଆଇସିସି । ଏଥିରେ ଦୁଇ ଭାରତୀୟ ଅଫିସିଆଲ୍ସ ମଧ୍ୟ ସାମିଲ ରହିଛନ୍ତି ।

ଏହି ମେଗା ଇଭେଣ୍ଟ ପାଇଁ ଆଇସିସି ଶୁକ୍ରବାର ୨୦ ଜଣିଆ ମ୍ୟାଚ୍ ଅଫିସିଆଲ୍ସଙ୍କ ନାମ ଘୋଷଣା କରିଛି । ଏନେଇ ନିଜର ଏକ୍ସ (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲରେ ମଧ୍ୟ ସୂଚନା ଦେଇଛି ICC । ତେବେ ଏହି ତାଲିକାରେ ୧୬ ଜଣ ଅମ୍ପାୟାର ଓ ୪ ମ୍ୟାଚ୍‌ ରେଫ୍‌ରୀ ରହିଛନ୍ତି । ଖାସ୍ କଥା ହେଉଛି ଏମାନଙ୍କ ମଧ୍ୟରୁ ୧୨ ଜଣ ଅମ୍ପାୟାର ICCର ଏମିରେଟ୍ସ ଏଲିଟ୍ ପ୍ୟାନେଲରୁ ଆସିଛନ୍ତି । ଅବଶିଷ୍ଟ ୪ ଅମ୍ପାୟର ଶାରଫୁଦ୍ଦୌଲା ଇବ୍‌ନେ ସହିଦ (ବାଂଲାଦେଶ), ପଲ୍ ୱିଲ୍‌ସନ୍‌ (ଅଷ୍ଟ୍ରେଲିଆ), ଆଲେକ୍ସ ୱାର୍ଫ (ଇଂଲଣ୍ଡ) ଏବଂ କ୍ରିସ୍‌ ବ୍ରାଉନ (ନ୍ୟୁଜିଲ୍ୟାଣ୍ଡ) ଏମର୍ଜିଂ ଅମ୍ପାୟାର ପ୍ୟାନେଲର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା, ରାହୁଲ ଇନ ସାମସନ ଆଉଟ

ତାଲିକାରେ ଦୁଇ ଭାରତୀୟ ଅମ୍ପାୟାର: ଏଠାରେ ଉଲ୍ଲେଖଯୋଗ୍ୟ, ଆଇସିସି କେବଳ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଏହାର ଅଫିସିଆଲ୍ସ (ଅଧିକାରୀ)ଙ୍କ ନାମ ଘୋଷଣା କରିଛି । ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ଅଫିସିଆଲ୍ସ ତାଲିକା ପରେ ପ୍ରକାଶ ପାଇବ ବୋଲି ଆଇସିସି ସୂଚନା ଦେଇଛି । ମ୍ୟାଚ୍ ଅଧିକାରୀଙ୍କ ତାଲିକାରେ ଭାରତର ଅମ୍ପାୟାର ନୀତିନ ମେନନ୍ ଏବଂ ମ୍ୟାଚ୍ ରେଫ୍‌ରୀ ଜାୱାଗଲ ଶ୍ରୀନାଥ ମଧ୍ୟ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ୨୦୧୯ ବିଶ୍ବକପ୍ ଫାଇନାଲରେ ସାମିଲ ଥିବା ୩ ଅମ୍ପାୟାର (କୁମାର ଧର୍ମସେନା, ନରାଇସ୍ ଇରାସ୍ମସ୍ ଓ ରୋଡ ଟକ୍କର) ସାମିଲ ଅଛନ୍ତି । ତେବେ ବିଶ୍ବକପ୍‌ ୨୦୧୯ ଫାଇନାଲ୍ ମ୍ୟାଚ୍‌ରେ ପାକିସ୍ତାନର ଅଲୀମ ଦାର ଅଂଶ ଥିଲେ । ହେଲେ ଚଳିତ ଥର ତାଙ୍କୁ ସ୍ଥାନ ମିଳିନାହିଁ । କାରଣ ସେ କିଛିମାସ ପୂର୍ବରୁ ଏଲିଟ୍ ପ୍ୟାନେଲରୁ ଇସ୍ତଫା ଦେଇଥିଲେ ।

ବିଶ୍ବକପ୍‌ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଘୋଷିତ ଅମ୍ପାୟାର: ଖ୍ରୀଷ୍ଟୋଫର୍ ଗ୍ୟାଫ୍‌ନୀ (ନ୍ୟୁଜିଲାଣ୍ଡ), କୁମାର ଧର୍ମସେନା (ଶ୍ରୀଲଙ୍କା), ମାରାଇସ୍ ଏରାସ୍ମସ (ସାଉଥ୍‌ ଆଫ୍ରିକା), ମାଇକେଲ୍ ଗଫ୍ (ଇଂଲଣ୍ଡ), ନୀତିନ ମେନନ୍ (ଭାରତ), ପଲ୍ ରାଇଫଲ୍ (ଅଷ୍ଟ୍ରେଲିଆ), ରିଚାର୍ଡ ଇଲିଙ୍ଗୱର୍ଥ (ଇଂଲଣ୍ଡ), ରିଚାର୍ଡ କେଟଲବୋରୋ (ଇଂଲଣ୍ଡ), ରୋଡ୍ ଟକ୍କର୍ (ଅଷ୍ଟ୍ରେଲିଆ), ଜୋଏଲ୍ ୱିଲ୍‌ସନ୍‌ (ୱେଷ୍ଟଇଣ୍ଡିଜ୍), ଏହସାନ୍ ରଜା (ପାକିସ୍ତାନ), ଆଡ୍ରିଆନ୍ ହୋଲ୍ଡଷ୍ଟକ୍ (ସାଉଥ୍‌ ଆଫ୍ରିକା), ଶାରଫୁଦ୍ଦୌଲା ଇବ୍ନୋ ଶାହିଦ୍ (ବାଂଲାଦେଶ), ପଲ୍‌ ୱିଲ୍‌ସନ (ଅଷ୍ଟ୍ରେଲିଆ), ଆଲେକ୍ସ ୱାର୍ଫ (ଇଂଲଣ୍ଡ), କ୍ରିସ ବ୍ରାଉନ (ନ୍ୟୁଜିଲାଣ୍ଡ)

ମ୍ୟାଚ୍ ରେଫ୍‌ରୀ: ଆଣ୍ଡି ପାଇକ୍ରଫ୍ଟ (ଜିମ୍ବାୱେ), ରିଚି ରିଚାର୍ଡସନ (ୱେଷ୍ଟଇଣ୍ଡିଜ୍), ଜେଫ୍ କ୍ରୋ (ନ୍ୟୁଜିଲାଣ୍ଡ), ଜାଭାଗଲ ଶ୍ରୀନାଥ (ଭାରତ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details