ଓଡିଶା

odisha

ETV Bharat / sports

World Cup 2023: ସଚିନ୍‌ଙ୍କୁ ଗ୍ଲୋବାଲ୍‌ ଆମ୍ବାସଡର ନିଯୁକ୍ତ କଲା ICC - ବିଶ୍ବକପ 2023 ପାଇଁ ସଚିନ ଗ୍ଲୋବାଲ ଆମ୍ବାସଡର ନିଯୁକ୍ତ

ବିଶ୍ବକପ 2023 ପାଇଁ ମାଷ୍ଟରବ୍ଲାଷ୍ଟର ସିଚନ୍‌ ତେନ୍ଦୁଲକରଙ୍କୁ ଗ୍ଲୋବାଲ ଆମ୍ବାସଡର୍‌ ନିଯୁକ୍ତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଅଧିକ ପଢ଼ନ୍ତୁ

World Cup 2023
ସଚିନ ଗ୍ଲୋବାଲ ଆମ୍ବାସଡର ନିଯୁକ୍ତ

By ETV Bharat Odisha Team

Published : Oct 4, 2023, 7:40 AM IST

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌ ବିଶ୍ବକପକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଆଉ ମାତ୍ର 24 ଘଣ୍ଟା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ 2023 । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଭାରତର କିମ୍ବଦନ୍ତୀ ଲେଜେଣ୍ଡ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । 1992ରୁ 2011 ମଧ୍ୟରେ ସଚିନ ସର୍ବାଧିକ 6ଟି ବିଶ୍ବକପ ଖେଳିଛନ୍ତି । ପୂରା କ୍ୟାରିଅରରେ 6ଟି 50 ଓଭର ବିଶ୍ବକପ୍‌ ଖେଳିଥିବା ସଚିନ ଚଳିତ ବିଶ୍ବକପ ଉଦଘାଟନୀ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ମ୍ୟାଚ୍‌ ପୂର୍ବରୁ ସଚିନ୍‌ ବିଶ୍ବକପ୍‌ ଟ୍ରଫି ଉନ୍ମୋଚନ କରିବେ ।

ଆଇସିସି ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମିଳିବା ଅବସରରେ ତେନ୍ଦୁଲକର କହିଛନ୍ତି, "ଆଇସିସି ପକ୍ଷରୁ ନୂଆ ଦାୟିତ୍ବ ପାଇଁ ମୁଁ ଗର୍ବିତ । 1987 ବିଶ୍ବକପ ବେଳେ ମୁଁ ବଲ ବୟ ଭାବେ ଗ୍ରାଉଣ୍ଡରେ ବସିବାର ସୁଯୋଗ ପାଇଥିଲି । ସେବେଠୁ ବିଶ୍ବକପ ମୋ ଜୀବନରେ ସ୍ବତନ୍ତ୍ର ସ୍ଥାନ ନେଇଥିଲା । 2011 ବିଶ୍ବକପ ବିଜୟ ମୋ ଖେଳ ଜୀବନର ସବୁଠୁ ଖୁସିର ସମୟ ଥିଲା । ଏଥର ବିଶ୍ବକପ ଯୁବପିଢିଙ୍କୁ ଆକର୍ଷିତ କରିବ । ମୁଁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବେଶ ଉତ୍ସାହିତ ଅଛି । ଆଶା କରୁଛି ବିଶ୍ବକପର ଏହି ସଂସ୍କରଣ ଯୁବା ବାଳକ ବାଳିକାଙ୍କୁ କ୍ରିକେଟକୁ କ୍ୟାରିୟର ଭବେ ବାଛିବାକୁ ଏବଂ ଦେଶକୁ ଶୀର୍ଷ ସ୍ତରରେ ପ୍ରତିନିଧିତ୍ବ କରିବାକୁ ଉତ୍ସାହିତ କରିବ ।"

ଏହା ବି ପଢନ୍ତୁ...ମାଷ୍ଟର ବ୍ଲାଷ୍ଟର ସଚିନ ହେଲେ ନିର୍ବାଚନ କମିଶନଙ୍କ ନ୍ୟାସନାଲ ଆଇକନ

ଆଇସିସି ସାଧାରଣ ସମ୍ପାଦକ (ମାର୍କେଟିଙ୍କ ଓ ଯୋଗାଯୋଗ) କ୍ଲାରି ଫର୍ଲଙ୍ଗ କହିଛନ୍ତି,"ସଚିନଙ୍କୁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରି ଆଇସିସି ଗର୍ବିତ ଅନୁଭବ କରୁଛି । ଦିନିକିଆ ବିଶ୍ବକପ ପାଇଁ ଏହା ଏକ ଉତ୍ସବ ପରି ।" ସଚିନଙ୍କ ସମେତ ସାର ଭିଭିନାୟ ରିଚାର୍ଡ୍ସ, ଏବି ଡି ଭିଲର୍ସ, ଇୟନ ମୋର୍ଗାନ, ଆରୋନ ଫିଞ୍ଚ୍‌, ଶ୍ରୀଲଙ୍କା କିମ୍ବଦନ୍ତୀ ସ୍ପିନର ମୁଥିଆ ମୂରଲୀଧରନ, ନ୍ୟୁଜିଲାଣ୍ଡର ରସ୍‌ ଟେଲର, ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରୈନା, ପୂର୍ବତ ଅଧିନାୟିକା ମିୃତାଲି ରାଜ୍‌ ଓ ପାକିସ୍ଥାନ ଅଲରାଉଣ୍ଡର ମହମ୍ମଦ ହାଫିଜ ପ୍ରମୁଖ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ...ICC ODI World Cup 2023: ସଚିନ୍‌ଙ୍କୁ ଗୋଲ୍ଡେନ୍‌ ଟିକେଟ୍‌, ଜୟ ଶାହଙ୍କ ସହ ଫଟୋ ସେୟାର କଲା BCCI

ପ୍ରକାଶ ଥାଉ କି, ଆସନ୍ତାକାଲିଠୁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଆରମ୍ଭ ହେବ । 10 ଦଳ 10 ଭେନ୍ୟୁରେ ମୋଟ 48ଟି ମ୍ୟାଚ ଖେଳାଯିବ । ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର 8 ତାରିଖରେ 5 ଥର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ମାଟିରେ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।

ABOUT THE AUTHOR

...view details