ଓଡିଶା

odisha

ୱେଲିଂଟନରେ ପାଣ୍ଡ୍ୟାଙ୍କ ନେତୃତ୍ବ ପରୀକ୍ଷା, ସିରିଜ୍‌ ପୂର୍ବରୁ ଟ୍ରଫି ନେଇଗଲେ ୱିଲିୟମସନ

By

Published : Nov 17, 2022, 12:50 PM IST

ଫଟୋ ସୁଟ୍ ବେଳେ ପବନରେ ପଡିଯାଉଥିଲା ଟ୍ରଫି, ଉଠାଇନେଲେ କିୱି କ୍ୟାପଟେନ୍ କେନ୍ ୱିଲିୟମସନ ।

i will have that says kane-williamson pre trophy photo shoot time
ୱେଲିଂଟନରେ ପାଣ୍ଡ୍ୟାଙ୍କ ନେତୃତ୍ବ ପରୀକ୍ଷା, ସିରିଜ୍‌ ପୂର୍ବରୁ ଟ୍ରଫି ନେଇଗଲେ ୱିଲିୟମସନ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷରେ ନଭେମ୍ବର ୧୮ରୁ ୩ ଟିକିଆ ଟି୨୦ ସିରିଜ ଖେଳିବ ଯୁବ ଟିମ ଇଣ୍ଡିଆ । ଏନେଇ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଗସ୍ତ କରିଛି । ତେବେ ସିରିଜ ପୂର୍ବରୁ ଟ୍ରଫି ସହିତ ପ୍ରି ଫଟୋ ସୁଟ୍ ସମୟରେ ଦେଖିବାକୁ ମିଳିଛି ମଜାଦାର ଘଟଣା । ଫଟୋ ସୁଟ୍ ସମୟରେ ଟ୍ରଫିଟି ପବନରେ ପଡିଯାଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ତତକ୍ଷଣାତ୍ କିୱି କ୍ୟାପଟେନ୍ କେନ୍ ୱିଲିୟମସନ ଟ୍ରଫିକୁ ସଙ୍ଗେ ସଙ୍ଗେ ଧରି ପକାଇଥିଲେ ଓ କହିଥିଲେ ଏହା ମୋର ହେବ(I will have that says Kane Williamson) ।

ତେବେ ଏହି ଘଟଣା ପରେ ଉଭୟ କ୍ୟାପେଟେନଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ତେବେ ୱିଲିୟମସନଙ୍କ ଏହି ମଜାଳିଆ ବୟାନ ପରେ ଜଣାପଡୁଛି ଉଭୟ ଦଳ ମଧ୍ୟରେ ଏହି ଟ୍ରଫି ପାଇଁ କଡା ଟକ୍କର ଦେଖିବାକୁ ମିିଳିବ । ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ଏହି ବୟାନକୁ ହାଲୁକା ଭାବରେ ନେବ ନାହିଁ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହା ଆହ୍ବାନପୂର୍ଣ୍ଣ ରହିବ । ଟି୨୦ ବିଶ୍ବକପରେ ସେମିଫାଇନାଲରୁ ବାଦ ପଡିବା ପରେ ଭାରତକୁ ସମାଲୋଚନାର ସ୍ବୀକାର ହେବାକୁ ପଡିଛି । ଏହାରି ଭିତରେ କିଛି କ୍ରିକେଟ ବିଶେଷଜ୍ଞ କହିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଫର୍ମାଟରେ ଅଧିନାୟକ ହେବା ପାଇଁ ଉପଯୁକ୍ତ ଅଟନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରୁ ହିଁ ପାଣ୍ଡ୍ୟାଙ୍କୁ ଅଧିନାୟକ ପାଇଁ ପ୍ରସ୍ତୁତ କରାଯାଉ । ତେବେ ପାଣ୍ଡ୍ୟାଙ୍କୁ ଭରସାଯୋଗ୍ୟ ହେବା ପାଇଁ ଏହି ସିରିଜର ଟ୍ରଫିକୁ କିୱି ଦଳକୁ ଦେବାର ସୁଯୋଗ ନ ଦେଇ ଟିମ୍ ଇଣ୍ଡିଆକୁ ଭେଟି ଦେବାକୁ ପଡିବ ।

ଟି୨୦ ବିଶ୍ବକପ ପରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଯେଉଁ କାରଣରୁ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ପ୍ରଥମ ଟି୨୦ ନଭେମ୍ବର ୧୮ ତାରିଖ ଭାରତୀୟ ସମୟ ଅପରାହ୍ନ ୧୨ଟାରେ ୱେଲିଂଟନରେ ଖେଳାଯିବ । ଦ୍ବିତୀୟ ଟି୨୦ ନଭେମ୍ବର ୨୦ ତାରିଖ ଓ ତୃତୀୟ ଟି୨୦ ନଭେମ୍ବର ୨୨ ତାରିଖରେ ଖେଳାଯିବା ନେଇ ସୂଚୀ ରହିଛି ।

ABOUT THE AUTHOR

...view details