ଓଡିଶା

odisha

ETV Bharat / sports

ଲକ୍ଷ୍ୟ ଥିଲା ତ୍ରିଶତକ, ଦ୍ୱିଶତକରେ ଖୁସି ନାହାଁନ୍ତି କିଶାନ - ଇଶାନ କିଶାନ

ଇଶାନ କିଶାନ ପ୍ରଥମ ଦ୍ରୁତତମ ଦ୍ବିଶତକ ହାସଲ କରିବା ସହିତ ଏକ ବିଶ୍ବ ରେକର୍ଡ କରିଛନ୍ତି । କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିବା ସତ୍ତ୍ବେ ଖୁସି ନାହାଁନ୍ତି ଇଶାନ କିଶାନ । ଅଧିକ ପଢନ୍ତୁ

ଲକ୍ଷ୍ୟ ଥିଲା ତ୍ରିଶତକ, ଦ୍ବିଶତକରେ ଖୁସି ନାହାଁନ୍ତି ଇଶାନ କିଶାନ
ଲକ୍ଷ୍ୟ ଥିଲା ତ୍ରିଶତକ, ଦ୍ବିଶତକରେ ଖୁସି ନାହାଁନ୍ତି ଇଶାନ କିଶାନ

By

Published : Dec 10, 2022, 6:58 PM IST

ହାଇଦ୍ରାବାଦ:କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିବା ସତ୍ତ୍ବେ ଖୁସି ନାହାଁନ୍ତି ଇଶାନ କିଶାନ । ଏକଥା ଆମେ କହୁନୁ ଏକଥା କହିଛନ୍ତି ଏହି ବାମହାତି ବ୍ୟାଟର । ତାଙ୍କର ଲକ୍ଷ୍ୟ ତ୍ରିଶତକ ହାସଲ କରିବା ଥିଲା ବୋଲି କହିଛନ୍ତି ଇଶାନ କିଶାନ । ଆଜି ( ଶନିବାର ) ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଯୁବ ବ୍ୟାଟର ଇଶାନ କିଶାନ । ତାଙ୍କ କ୍ୟାରିୟରର ସେ ପ୍ରଥମ ଦ୍ବିଶତକ ହାସଲ କରିବା ସହିତ ଏକ ବିଶ୍ବ ରେକର୍ଡ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ପ୍ରଥମ ଦ୍ରୁତତମ ଦ୍ବିଶତକ ହାସଲ କରିଛନ୍ତି ଏହି ବାମହାତି ବ୍ୟାଟର । ସେ ମାତ୍ର ୧୨୬ ବଲରେ ଦ୍ବିଶତକ ହାସଲ କରିଛନ୍ତି । ଏହା ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର କ୍ରିସ୍ ଗେଲ ୧୩୮ ବଲରେ ଦ୍ବିଶତକ ହାସଲ କରିଥିଲେ ।

ତେବେ ଏହି ବିଶ୍ବ ରେକର୍ଡ ପରେ ଖୁସି ନାହାଁନ୍ତି ଇଶାନ କିଶାନ । ତାଙ୍କ କହିବା କଥା ସେ ଯେତେବେଳେ ଦ୍ବିଶତକ ହାସଲ କଲେ ସେତେବେଳେ ସେ ତ୍ରିଶତକ ହାସଲ କରିବା ପାଇଁ ଆଶା ରଖିଥିଲେ । କାରଣ ତାଙ୍କ ହାତରେ ୧୫ ଓଭର ବାକି ରହିଥିଲା । ହେଲେ ଦୁର୍ଭାଗ୍ୟବଶତଃ ୧୫ ଓଭର ପୂର୍ବରୁ ଆଉଟ ହୋଇଯିବା ତାଙ୍କୁ ଶକ୍ତ ଝଟକା ଲାଗିଥିଲା । ଯାହା ତାଙ୍କର ତ୍ରିଶତକ ହାସଲ କରିବା ସ୍ବପ୍ନ ଧୂଳିସାତ୍ ହୋଇଥିଲା ।

ଏନେଇ ଏହି ବାମହାତି ବ୍ୟାଟର ଇଶାନ କିଶାନ କହିଛନ୍ତି "ମୁଁ କୌଣସି ଚାପ ଉଠାଇବାକୁ ଚାହୁଁନଥିଲି । କେବଳ ସୁଯୋଗର ଫାଇଦା ଉଠାଇବାକୁ ଚାହୁଁଥିଲି । ଯେଭଳି ବଲ ଆସିବି ସେଭଳି ବ୍ୟାଟିଂ କରିବା ନେଇ ମୁଁ କ୍ଲିୟର ରହିଥିଲି । ଆଜି ବିରାଟ କୋହଲିଙ୍କ ସହିତ ପାର୍ଟନରସିପ ଖେଳି ବହୁତ ଭଲ ଲାଗିଲା । ବିରାଟ ଭାଇଙ୍କ ପାଖରେ ଖେଳିବାର ବହୁତ ଭଲ ସେନ୍ସ ରହିଛି । ସେ ମୋତେ କ୍ରିଜରେ ସାନ୍ତ୍ବନା ଦେଉଥିଲେ । ମୁଁ ୩୦୦ ରନ କରିପାରିଥାନ୍ତି । ହେଲେ ୧୫ ଓଭର ପୂର୍ବରୁ ମୁଁ ଆଉଟ ହୋଇଯାଇଥିଲି ।"

ମାତ୍ର ୧୨୬ ବଲରେ ଇଶାନ କିଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ଇଶାନ ଆରମ୍ଭରୁ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ । ୮୬ ବଲରେ ସେ ଶତକ ହାସଲ କରିଥିଲେ । ଏହା ପରେ ମାତ୍ର ୪୦ ବଲରେ ସେ ଆଉ ୧୦୦ ରନ ସଂଗ୍ରହ କରି ଦ୍ରୁତତମ ଦ୍ବିଶତକ ହାସଲ କରିଥିଲେ । ବାଂଲଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ସେ ୨୧୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହିତ ସହିତ ୨୧୦ ରନର ପାଳି ଖେଳିଛନ୍ତି ।

ABOUT THE AUTHOR

...view details