ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନଙ୍କୁ ବଡ ଆଶ୍ବସ୍ତି । ବୋର୍ଡର ସଭାପତି ପଦରେ କାର୍ଯ୍ୟ ଜାରି ରଖିବାକୁ ପୂର୍ବତନ ଭାରତୀୟ କ୍ୟାପଟେନ ଆଝାରୁଦ୍ଦିନଙ୍କୁ, ଲୋକପାଳ ବିଚାରପତି ଦୀପକ ବର୍ମାଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ।
ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଲୋକପାଳ ମଧ୍ୟ 16 ପୃଷ୍ଠାର ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ସାମୟିକ ଭାବେ HCA ଉପ-ସଭାପତି ଜନ୍ ମନୋଜ, ସମ୍ପାଦକ ବିଜୟାନନ୍ଦ, ଯୁଗ୍ମ-ସମ୍ପାଦକ ନରେଶ ଶର୍ମା ଓ କୋଷାଧ୍ୟକ୍ଷ ସୁରେନ୍ଦର ଅଗ୍ରୱାଲ, କାଉନସିଲର ପି ଅନୁରାଧାଙ୍କୁ ଆପେକ୍ସ କାଉନସିଲର ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ କରାଯାଇଥିବା ଉଲ୍ଲେଖ କରିଛନ୍ତି ।
ଏଥିସହ ମହମ୍ମଦ ଆଝାରୁଦ୍ଦିନଙ୍କୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଭାବେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ବର୍ମା ।