ଓଡିଶା

odisha

By ETV Bharat Odisha Team

Published : Dec 31, 2023, 10:59 PM IST

ETV Bharat / sports

୨୦୨୩ରେ କେତେ ମ୍ୟାଚ୍‌ ଜିତିଛି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ କେଉଁ ଫର୍ମାଟ୍‌ରେ କେମିତି ଥିଲା ପ୍ରଦର୍ଶନ

Team India in 2023: ୨୦୨୩ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବେଶ ଭଲ ରହିଥିଲା । ୨୦୨୩ ବିଦାୟ ନେଉଥିବା ବେଳେ ବିଦାୟୀ ବର୍ଷରେ ଭାରୀୟ ଦଳର ପ୍ରଦର୍ଶନ ଉପରେ ନଜର ପକାନ୍ତୁ...

ଜାଣନ୍ତୁ କେଉଁ ଫର୍ମାଟ୍‌ରେ କେମିତି ଥିଲା ପ୍ରଦର୍ଶନ
ଜାଣନ୍ତୁ କେଉଁ ଫର୍ମାଟ୍‌ରେ କେମିତି ଥିଲା ପ୍ରଦର୍ଶନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ବ୍ୟତୀତ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ୨୦୨୩ ବେଶ ଭଲ ରହିଥିଲା । ରୋହିତଙ୍କ ଅନୁପସ୍ଥିତିରେ ଯଦିଓ ଅନ୍ୟ କିଛି ଖେଳାଳିଙ୍କୁ ଦିନିକିଆ ଓ ଟେଷ୍ଟରେ ଅଧିନାୟକ ଭାବେ ଦେଖିବାକୁ ମିଳିଥିଲା, ହେଲେ ଟି୨୦ରେ ମୁଖ୍ୟତଃ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା । ଦିନିକିଆ ବିଶ୍ବକପ୍‌ ୨୦୨୩ରେ ସେମି ଫାଇନାଲ୍‌ ପର୍ଯ୍ୟନ୍ତ ଭାରତ କ୍ରମାଗତ ୧୦ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଥିଲା । ପ୍ରଥମ ଥର ପାଇଁ ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୧୦ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ।

୨୦୨୩ ବର୍ଷରେ ଭାରତୀୟ କ୍ରିକେଟ ଦଳ ୩ ଫର୍ମାଟ୍‌ରେ ସମୁଦାୟ ୬୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲା । ଏଥିରୁ ୪୫ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଥିଲା ଭାରତ । ସେହିଭଳି ୧୭ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା ଟିମ୍‌ ଇଣ୍ଡିଆ । ତେବେ ୨୦୨୩ ବିଦାୟ ନେଉଥିବା ବେଳେ ବିଦାୟୀ ବର୍ଷରେ ଭାରୀୟ ଦଳର ପ୍ରଦର୍ଶନ ଉପରେ ନଜର ପକାନ୍ତୁ...

କେଉଁ ଫର୍ମାଟରେ କେତେ ମ୍ୟାଚ୍‌ ଜିତିଛି ଭାରତ:

ଟେଷ୍ଟ: ୨୦୨୩ ବର୍ଷରେ ଭାରତ ସମୁଦାୟ ୮ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା । ଏଥିରୁ ଭାରତ କେବଳ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରିଥିଲା । ସେହିଭଳି ୩ ମ୍ୟାଚ୍‌ରେ ମଧ୍ୟ ଭାରତ ପରାଜୟର ସାମ୍ନା କରିଥିଲା । ଅନ୍ୟପଟେ ୨ଟି ମ୍ୟାଚ୍‌ ଅମୀମାଂସିତ ହୋଇ ରହିଯାଇଥିଲା ।

ଦିନିକିଆ: ଟିମ୍‌ ଇଣ୍ଡିଆ ୨୦୨୩ରେ ଦିନିକିଆ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ ସମେତ ସମୁଦାୟ ୩୫ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲା । ଏଥିରେ ସବୁଠାରୁ ଦମଦାର ପ୍ରଦର୍ଶନ କରିଥିଲେ ମେନ୍‌ ଇନ୍‌ ବ୍ଲ୍ୟୁ । ୩୫ ମ୍ୟାଚ୍‌ରୁ ୨୭ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା ରୋହିତ ବାହିନୀ । କେବଳ ୭ ମ୍ୟାଚ୍‌ରେ ଭାରତ ହାରିଥିବାବେଳେ ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ଧୋଇଯାଇଥିଲା ।

ଟି୨୦: ୨୦୨୩ ବର୍ଷରେ ଟିମ ଇଣ୍ଡିଆ ୨୩ ଟି୨୦ ମ୍ୟାଚ୍‌ ଖେଳିଥିଲା । ଏଥିରେ ମଧ୍ୟ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ରହିଥିଲା । କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ରେ ଭାରତକୁ ୨୩ରୁ ୧୫ ମ୍ୟାଚ୍‌ରେ ମିଳିଥିଲା ଦମଦାର ବିଜୟ । ୭ ଟି ମ୍ୟାଚ୍‌ ଭାରତ ହାରିଥିବାବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ଅକ୍ସନରେ ବର୍ଷିଲା ଟଙ୍କା; ରେକର୍ଡ ଭାଙ୍ଗି କୋଟିପତି ହେଲେ ଖେଳାଳି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details