ଓଡିଶା

odisha

ETV Bharat / sports

INDvsNZ: ଟିମ ଇଣ୍ଡିଆ ସପକ୍ଷରେ ରାଞ୍ଚି JSCA ଷ୍ଟାଡିୟମ ରେକର୍ଡ - ଟିମ ଇଣ୍ଡିଆ ସପକ୍ଷରେ ରାଞ୍ଚିର ରେକର୍ଡ

ରାଞ୍ଚିର JSCA ଷ୍ଟାଡିୟମର ଇତିହାସ ଟିମ ଇଣ୍ଡିଆ ସହ ରହିଛି । ଏଠାରେ ଏଯାବତ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଇଛି ଓ ଦୁଇଟିଯାକ ମ୍ୟାଚ୍‌ରେ ଟିମ ଇଣ୍ଡିଆ ବିଜୟୀ ହୋଇଛି । ଅଧିକ ପଢନ୍ତୁ

HISTORY OF RANCHIS JSCA GROUND IN FAVOR OF TEAM INDIA
IND vs NZ: ଟିମ ଇଣ୍ଡିଆ ସପକ୍ଷରେ ରାଞ୍ଚି JSCA ଷ୍ଟାଡିୟମର ରେକର୍ଡ

By

Published : Nov 19, 2021, 6:47 PM IST

ରାଞ୍ଚି: ରାଞ୍ଚିର JSCA ଷ୍ଟାଡିୟମର ଇତିହାସ ଟିମ ଇଣ୍ଡିଆ ସହ ରହିଛି । ଏଠାରେ ଏଯାବତ ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳାଯାଇଛି ଓ ଦୁଇଟିଯାକ ମ୍ୟାଚ୍‌ରେ ଟିମ ଇଣ୍ଡିଆ ବିଜୟୀ ହୋଇଛି । ଆଜି(ନଭେମ୍ବର ୧୯)ରେ ଖେଳାଯିବାକୁ ଥିବା ତୃତୀୟ ଅନ୍ତର୍ଜାତୀୟ ଟି-୨୦ ମୁକାବିଲାରେ ମଧ୍ୟ ଟିମ ଇଣ୍ଡିଆ ନିଜର ରେକର୍ଡ ବଜାୟ ରଖିବାକୁ ପ୍ରୟାସ କରିବ ।

ଏପରି ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ହାତେଇନେବ ଟିମ ଇଣ୍ଡିଆ । ୩୮ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଶୁକ୍ରବାର ହେବାକୁ ଥିବା ମୁକାବିଲାକୁ ନେଇ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଗ୍ରାଉଣ୍ଡରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ୧୨ ଫେବ୍ରୁଆରୀ ୨୦୧୬ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଟିମ ଇଣ୍ଡିଆ ଏହି ମ୍ୟାଚ୍‌ରେ ୬୯ ରନ୍‌ର ସହଜ ବିଜୟ ହାସଲ କରିଥିଲା । ପରେ ଦ୍ବିତୀୟ ଟି-୨୦ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ୭ ଅକ୍ଟୋବରେ ୨୦୧୭ରେ ଖେଳାଯାଇଥିଲା । ଯେଉଁଥିରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଥିଲା ମେନ ଇନ୍‌ ବ୍ଲୁ ।

ପୂର୍ବରୁ ଏହି ଗ୍ରାଉଣ୍ଡରେ ୧୬ ଅକ୍ଟୋବର ୨୦୧୬ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାାଇଥିଲା । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୯ ରନ୍‌ରେ ଭାରତକୁ ହରାଇଥିଲା । ଏହିଦୃଷ୍ଟିରୁ JSCA ଷ୍ଟାଡିୟମରେ ୫ ବର୍ଷ ତଳେ ମିଳିଥିବା ପରାଜୟର ବଦଲା ନେବାକୁ ଟିମ ଇଣ୍ଡିଆ ପାଖରେ ମୌକା ରହିଛି ।

ପ୍ରାୟ ଦୁଇବର୍ଷ ପରେ ଏହି ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି । ଏହାପୂର୍ବରୁ ୨୦୧୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ଟି-୨୦ ମୁକାବିଲା ପ୍ରାୟ ୪ ବର୍ଷ ପରେ ଖେଳାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details