ଓଡିଶା

odisha

ETV Bharat / sports

ପ୍ରଥମ ଟେଷ୍ଟ: ପଞ୍ଚମ ଦିନରେ ପ୍ରବଳ ବର୍ଷା, ଡ୍ର' ଆଶଙ୍କାରେ ମ୍ୟାଚ - ଭାରତ ବନାମ ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟର ପଞ୍ଚମ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପଞ୍ଚମ ଦିନ ମ୍ୟାଚ ଆରମ୍ଭ ହୋଇ ପାରିନାହିଁ । ଅଧିକ ପଢ଼ନ୍ତୁ...

olympic gold medal winner neeraj chopra has a connection with odisha as practiced in kalinga stadium for ticket to tokyo
ଅଲମ୍ପିକ ଟିକଟ ପାଇଁ କଳିଙ୍ଗ ଷ୍ଡାଡିୟମରେ ଜୋରଦାର ଅଭ୍ୟାସ କରିଥିଲେ ନୀରଜ

By

Published : Aug 8, 2021, 8:19 PM IST

ଲଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟର ପଞ୍ଚମ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପଞ୍ଚମ ଦିନ ମ୍ୟାଚ ଆରମ୍ଭ ହୋଇ ପାରିନାହିଁ । ଫଳରେ ମ୍ୟାଚ ବିଜୟ ଆଶାରେ ରହିଥିବା ଭାରତୀୟ ଦଳକୁ ନିରାଶ ହେବାକୁ ପଡ଼ି ପାରେ । ଗତ ଦୁଇଦିନ ଧରି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚରେ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଥିଲା । ପଞ୍ଚମ ଦିନ ଫଳାଫଳର ଦିନ ହୋଇଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ଡ୍ର ଆଶଙ୍କା ଦେଖା ଦେଇଛି ।

ସେପଟେ ନଟିଂହାମରେ ପାଗ ମେଘୁଆ ରହିଛି । ଏହା ଇଂଲଣ୍ଡ ବୋଲରଙ୍କୁ ସୁହାଇବ । ଓଦା ପିଚରୁ ରନ୍ ସଂଗ୍ରହ କରିବା ଭାରତୀୟ ବ୍ୟାଟସମ୍ୟାନଙ୍କ ପକ୍ଷରେ କଷ୍ଟକର ହେବ । ଏଭଳି ସ୍ଥିତିରେ ମ୍ୟାଚ ଆରମ୍ଭ ହେଲେ ବି ଭାରତ ବିଜୟ ହେବା ନେଇ ସନ୍ଦେହ ଦେଖା ଦେଇଛି ।

ମ୍ୟାଚ ଆରମ୍ଭ ହେଲେ ସୁଦ୍ଧା ପଞ୍ଚମ ଦିନରେ କେବଳ ୪ ଘଣ୍ଟା ଖେଳା ଯାଇ ପାରିବ । ମ୍ୟାଚ ଏକ ପ୍ରକାର ଡ୍ର ହେବା ନେଇ ଆକଳନ କରୁଛନ୍ତି କ୍ରିକେଟ ସମୀକ୍ଷକ । ଅଧିକରୁ ଅଧିକ ୩୮ ଓଭର ଖେଳା ଯାଇପାରିବ । ବର୍ତ୍ତମାନ ସୁଦ୍ଧା ୨୦୯ ରନ ବିଜୟ ଲକ୍ଷ୍ୟ ନେଇ ଦଳ ୫୨ ରନ କରି ଗୋଟିଏ ୱିକେଟ ହରାଇଛି । ପଡ଼ିଆରେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ୧୨ ଲେଖାଏଁ ରନ୍ କରି ଅପରାଜିତ ରହିଛନ୍ତି ।

ଭାରତ ମ୍ୟାଚ ଜିତିବା ନେଇ କ୍ରିକେଟ ପ୍ରଶଂସକ ଆଶା ବାନ୍ଧି ବସିଛନ୍ତି । ତେବେ ମ୍ୟାଚ ଆରମ୍ଭ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details