ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରକେଟରୁ ମିତାଲି ରାଜ୍ ଅବସର ଘୋଷଣା ପରେ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଦାୟିତ୍ବ ନେଇଛନ୍ତି । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ପୂର୍ବରୁ କେବଳ ଟି୨୦ ଦଳ ଅଧିନାୟିକା ଥିଲେ ହରମନପ୍ରୀତ କୌର । ସେପଟେ ସ୍ମୃତି ମନ୍ଧାନା ଭାରତୀୟ ଦିନିକିଆ ଦଳର ନୂଆ ଉପଅଧିନାୟିକ ଦାୟିତ୍ବ ନେଇଛନ୍ତି ।
ମିତାଲିଙ୍କ ପରେ ହରମନଙ୍କୁ ଦାୟିତ୍ୱ - ହରମନପ୍ରୀତ କୌର ଦିନିକିଆ ଦଳର ନୂଆ ଅଧିନାୟିକା
ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଦାୟିତ୍ବ ନେଇଛନ୍ତି । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ
ମିତାଲି ରାଜ୍ ଅଧିନାୟିକା ଥିବା ସମୟରେ ହରମନପ୍ରୀତ କୌର ଦୀର୍ଘ ଦିନ ଧରି ଉପଅଧିନାୟିକା ଦାୟିତ୍ବ ତୁଲାଇଛନ୍ତି । ପୂର୍ବରୁ ସ୍ମୃତି ମନ୍ଧାନା କେବଳ ଟି୨୦ ଦଳର ଉପଅଧିନାୟିକ ଦାୟିତ୍ବରେ ରହିଥିଲେ । ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ମହିଳା କ୍ରିକେଟ ଦଳ । ଏଥିପାଇଁ ସ୍କ୍ବାଡ୍ ଘୋଷଣା କରିଛି ବିସିସିଆଇ । ଏଥିରେ ଅଭିଜ୍ଞ ବୋଲର ଝୁଲଣ ଗୋସ୍ବାମୀଙ୍କୁ ବାଦ ଦିଆଯାଇଛି ।
ସେପଟେ ସେପଟେ ଦିନିକିଆ ଟି୨୦ ସ୍କ୍ବାଡ୍ରେ ସାମିଲ ହୋଇଛନ୍ତି ଆକ୍ରାମକ ବ୍ୟାଟର ସେଫାଳୀ ବର୍ମା । ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା ହୋଇଛି । ତେବେ ଝୁଲଣ ଗୋସ୍ବାମୀଙ୍କୁ ସ୍ଥାନ ମିଳିନଥିବାରୁ ସେ ଖୁବଶୀଘ୍ର ଅବସର ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।