ହାଇଦ୍ରାବାଦ:ଟିମ ଇଣ୍ଡିଆକୁ ଶକ୍ତ ଝଟକା । ବିଶ୍ବକପରୁ ବାଦ୍ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। । ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ପାଣ୍ଡ୍ୟା । ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । ଏହାପରେ କ୍ରମାଗତ ଭାବେ ସେ ଦୁଇଟି ମ୍ୟାଚ ଖେଳି ନଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିବା ବଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫିଟ ହୋଇ ପାରିନାହାନ୍ତି । ଯାହା ଫଳରେ ସେ ବିଶ୍ବକପରୁ ବାଦ ପଡିଛନ୍ତି । ତାଙ୍କର ଅନୁପସ୍ଥିତି ଭାରତ ପାଇଁ ଏକ ବଡ କ୍ଷତି ହୋଇପାରେ ବୋଲି କୁହାଯାଉଛି ।
ବିଶ୍ବକପରୁ ବାଦ ପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡ୍ୟା । ସେ ଏକ୍ସରେ କହିଛନ୍ତି ଯେ, ବିଶ୍ବକପରେ ଭାରତ ଖେଳିବାକୁ ଥିବା ଅବଶିଷ୍ଟ ମ୍ୟାଚରୁ ମୁଁ ବାଦ ପଡିଛି । ଏହାକୁ ଗ୍ରହଣ କରିବା ମୋ ପାଇଁ କଷ୍ଟକର । ମୁଁ ମୋ ଦଳ ସହିତ ରହିଛି ଏବଂ ରହିବି । ପ୍ରତି ମ୍ୟାଚରେ ତାଙ୍କୁ ଉତ୍ସାହିତ କରିବି । ମୋତେ ଭଲପାଇବା ଓ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆମ ଦଳ ବିଶ୍ବକପରେ ସ୍ବତନ୍ତ୍ର । ମୋର ବିଶ୍ବାସ ଦେଶକୁ ଗୌରବାନ୍ବିତ କରିବ ଆମ ଦଳ ।
ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଟେନ୍ସନ ବଢ଼ାଇଲେ ପାଣ୍ଡ୍ୟା, ଆଗାମୀ ୨ଟି ମ୍ୟାଚ୍ ଖେଳିବେନି !
ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଡାହାଣ ଗୋଡ଼ରେ ବଲ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୋଡ଼ର ସ୍କାନିଂ ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ପାଣ୍ଡ୍ୟା ଆହତ ହେବା ପରେ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ମଧ୍ୟ ସେ ଖେଳିନଥିଲେ । ପରେ ସେ ଫିଟ ହୋଇଯାଇ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ ଅନଫିଟ ଯୋଗୁଁ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଦୁଇଟି ମୁକାବିଲା ମଧ୍ୟ ଖେଳି ପାରିନଥିଲେ । ଆହତ ସମସ୍ୟାରୁ ମୁକୁଳିବାରେ ସେ ବିଫଳ ହୋଇଥିବାରୁ ବଶ୍ବକପରୁ ସେ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି ।
ଗତ ୧୯ ଅକ୍ଟୋବର ପୁଣେରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଆହତ ହୋଇଥିଲେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ସେ ପଡ଼ିଆରୁ ବାହାରି ଯାଇଥିଲେ । ସେହି ଓଭରର ବଳକା ୩ଟି ବଲ ବିରାଟ କୋହଲି ବୋଲିଂ କରିଥିଲେ । ପାଣ୍ଡ୍ୟାଙ୍କ ଗୋଡ଼ ସ୍କାନ କରିବା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ପରେ ପୁଣିଥରେ ସେ ଡ୍ରେସିଂ ରୁମ୍କୁ ଫେରିଥିଲେ । କିନ୍ତୁ ମୈଦାନକୁ ଆଉ ଫେରିନଥିଲେ । ଏକ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ଏନ୍ସିଏ (ଜାତୀୟ କ୍ରିକେଟ୍ ଏକାଡେମୀ) ନେଇଯାଇଥିଲେ । ଏହାପରେ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଥିଲା ।