ଜୟପୁର:ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ବିତୀୟ ଥର ପାଇଁ ସେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେବେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ତାହା ଆପଣ ମାନେ ଭାବୁଛନ୍ତି ନା । ସେ ଅନ୍ୟ କାହାକୁ ନୁହେଁ ବରଂ ସ୍ତ୍ରୀ ନତାଶାଙ୍କୁ ପୁଣି ଥରେ ବିବାହ କରିବେ । ଉଭୟଙ୍କ ବିବାହକୁ ତିନି ବର୍ଷ ହୋଇଥିବା ବେଳେ ଦ୍ବିତୀୟ ଥର ପାଇଁ ପରସ୍ପରକୁ ବରଣ ମାଳା ପିନ୍ଧାଇବେ । ଆସନ୍ତାକାଲି ଅର୍ଥାତ ଭାଲେଣ୍ଟାଇନ୍ସ ଡେରେ ବିବାହ ହେବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।
ବାପା ବାହାଘରରେ ବରଯାତ୍ରୀ ସାଜିବ ପୁଅ:ପୂର୍ବରୁ ୨୦୨୦ ମସିହାରେ ଲକଡାଉନ ସମୟରେ ପାଣ୍ଡ୍ୟା ଓ ନତାଶାଙ୍କ ଏନଗେଜମେଣ୍ଟ ପରେ କୋର୍ଟ ମ୍ୟାରେଜ କରିଥିଲେ, କିଛି ମାସ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ନତାଶା । କିନ୍ତୁ ବୈଦିକ ରୀତିନୀତିରେ ବିବାହ ହୋଇନଥିବାରୁ ଏବେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ହାର୍ଦ୍ଦିକ ଏନେଇ ସୂଚନା ଦେଇନଥିଲେ ମଧ୍ୟ ଏପରି ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ, ଆଜିଠାରୁ ଉଦୟପୁରର ଏକ ଲେକ୍ସରେ ବିବାହର ଆୟୋଜନ କରାଯିବ । ଯାହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏନେଇ ଉଭୟଙ୍କ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଯଦି ସତରେ ବିବାହର ଆୟୋଜନ କରାଯାଇଥାଏ ତେବେ ବାପା ବାହାଘରରେ ବରଯାତ୍ରୀ ସାଜି ପାରନ୍ତି ହାର୍ଦ୍ଦିକଙ୍କ ପୁଅ ।