ମୁମ୍ବାଇ:ଭାରତରେ ବଲିଉଡ ଓ କ୍ରିକେଟର ସମ୍ପର୍କ ବେଶ ଘନିଷ୍ଠ । କ୍ରିକେଟ ଦୁନିଆର ଅନେକ ତାରକା ବଲିଉଡ ହିରୋଇନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି ତ କେତେବେଳେ, ଅନେକ ଫିଲ୍ମ ତାରକା କ୍ରିକେଟରଙ୍କୁ ନୀଜର ଜୀବନ ସାଥୀ ବନାଇଛନ୍ତି ।
ଏହିକ୍ରମରେ ନାମ ଆସିଛି ଟର୍ବୋନେଟର ହରଭଜନ ସିଂହଙ୍କର । ତେବେ ଅଭିନେତ୍ରୀ ଗୀତାଙ୍କୁ ଜୀବନସାଥୀ ବନାଇଥିବା ଭଜି ନିଜେ କରିବାକୁ ଯାଉଛନ୍ତି ବଡ ପରଦାରେ ଡେବ୍ୟୁ ।
ଜୁଲାଇ 3(ଶନିବାର) 41ତମ ଜନ୍ମଦିନ ପାଳିଛନ୍ତି, ଟର୍ବୋନେଟର ହରଭଜନ ସିଂହ । ତେବେ ଖୁବଶୀଘ୍ର ବଡ ପରଦାରେ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଭଜି । କ୍ରିକେଟ ମଇଦାନ ପରେ 'ଫ୍ରେଣ୍ଡସିପ୍' ନାମକ ଫିଲ୍ମ ଜରିଆରେ ସିଲଭର ସ୍କ୍ରିନରେ ଖୁବଶୀଘ୍ର ଦମ ଦେଖାଇବାକୁ ଯାଉଛନ୍ତି ହରଭଜନ ।
ଫିଲ୍ମର ନିର୍ମାତା ଏନେଇ ଖୁଲାସା କରିବା ପରେ କ୍ରିକେଟପ୍ରେମୀ ଓ ଫିଲ୍ମଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଛି ।