ଓଡିଶା

odisha

ETV Bharat / sports

ହରଭଜନଙ୍କ ବିବାଦୀୟ ବୟାନ, ଅଭିନେତ୍ରୀଙ୍କ କ୍ରିକେଟ ଜ୍ଞାନକୁ ନେଇ ଉଠାଇଲେ ପ୍ରଶ୍ନ

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ କ୍ରିକେଟ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଲେ ହରଭଜନ ସିଂ । କ୍ଷମା ପ୍ରାର୍ଥନା କରିବାକୁ ଦାବି କଲେ ୟୁଜର୍ସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 19, 2023, 9:28 PM IST

Harbhajan Singh controversial remark
Harbhajan Singh controversial remark

ଅହମ୍ମଦାବାଦ:ଆଇସିସି ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି । ଯାହାକି ବଲିଉଡ଼ ବିବାଦରେ ପରିଣତ ହୋଇଛି । ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ କ୍ରିକେଟ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ୨ ଅଭିନେତ୍ରୀଙ୍କ ଉପରେ କ୍ୟାମେରା ପଡ଼ିବା ପରେ ହରଭଜନ କହିଥିଲେ ଯେ ମୁଁ ଭାବୁନାହିଁ ସେମାନେ କ୍ରିକେଟ ସମ୍ପର୍କରେ ବାର୍ତ୍ତାଳାପ କରୁଥିବେ । ମୋର ସନ୍ଦେହ ସେମାନେ ଏହି ଗେମ୍‌ ସମ୍ପର୍କରେ ସେତିକି ଅବଗତ ଥିବେ । ହରଭଜନଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।

ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଲଗାତାର ୧୦ଟି ମ୍ୟାଚ୍‌ ଜିତି ଆସିଥିବାରୁ ଫାଇନାଲକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା । ଏହି ବିରାଟ ମୁହୂର୍ତ୍ତର ସାକ୍ଷୀ ବନିବା ଲାଗି ଷ୍ଟାଡିୟମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଲମ୍ବା ଲାଇନ ଲାଗିଥିଲା । ବଲିଉଡ ସେଲିବ୍ରିଟି ଶାହାରୁଖ ଖାନଙ୍କଠୁ ଆରମ୍ଭ କରି ରଣଭୀର ସିଂ, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ଆଥିୟା ସେଟ୍ଟୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଓ କେଏଲ ରାହୁଲ ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ସମୟରେ ଉଭୟଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀ ତାଳି ମାରି ଉତ୍ସାହିତ କରିଥିଲେ ।

ଏହା ବି ପଢନ୍ତୁ- ବିଶ୍ବକପ ଫାଇନାଲ ୨୦୨୩: ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍କା, ରଣବୀର-ଦୀପିକା, ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ବିଗ ବି

ଏହି ମହାମୁକାବିଲାରେ କମେଣ୍ଟ୍ରି କରୁଛନ୍ତି ହରଭଜନ ସିଂ । ଏହି ସମୟରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ସ୍କ୍ରିନରେ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ ଉପରେ କ୍ୟାମେରା ପଡ଼ିଥିଲା, ସେତେବେଳେ ହରଭଜନ ସିଂ କହିଥିଲେ, " ମୁଁ ଭାବୁଛି ଏଠାରେ କ୍ରିକେଟ ନା ଫିଲ୍ମ ବିଷୟରେ ଆଲୋଚନା ହେଉଥିବ ? ମୁଁ ଭାବୁନାହିଁ ସେମାନେ କ୍ରିକେଟ ସମ୍ପର୍କରେ ବାର୍ତ୍ତାଳାପ କରୁଥିବେ । ମୋର ସନ୍ଦେହ ସେମାନେ ଏହି ଗେମ୍‌ ସମ୍ପର୍କରେ ସେତିକି ଅବଗତ ଥିବେ ।" ଏହି କ୍ଲିପଟି ସଙ୍ଗେ ସଙ୍ଗେ ଦର୍ଶକ ଓ ଫ୍ୟାନ୍ସଙ୍କ ନଜରକୁ ଆସିଛି । ଏହା ଉପରେ ୟୁଜର୍ସ ହରଭଜନଙ୍କ ଉପରେ ବର୍ଷିଛନ୍ତି ।

ଉଭୟ ଅଭିନେତ୍ରୀଙ୍କ ଫ୍ୟାନ୍ସ ହରଭଜନଙ୍କୁ ସମାଲୋଚନା କରିବା ସହିତ କ୍ଷମା ପ୍ରାର୍ଥନା କରିବା ଲାଗି ଦାବି କରିଛନ୍ତି । ଏଭଳି ଅସମ୍ମାନପୂର୍ଣ୍ଣ ମନ୍ତବ୍ୟ ଦେଇଥିବାରୁ ପୂର୍ବତନ ଭାରତୀୟ କ୍ରିକେଟର କ୍ଷମା ମାଗିବା ଉଚିତ ବୋଲି ଫ୍ୟାନ୍ସ ଦାବି କରିଛନ୍ତି । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଅନେକ ଏକ୍ସ ସାଇଟରେ ଲେଖିଥିବା ଦେଖିବାକୁ ମିଳିଛି । ଫଳରେ ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ବଲିଉଡ ବିବାଦ ମୁଣ୍ଡ ଟେକିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details