ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ସ୍ପିନର ହରଭଜନ ସିଂହ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ହେଲା ହରଭଜନ ସିଂହ ଭାରତୀୟ ଟିମ୍ରୁ ବାଦ ପଡ଼ିଥିଲେ । ଏହାଛଡ଼ା ଗତ ସପ୍ତାହରେ ମଧ୍ୟ ସେ କ୍ରିକେଟକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଥିଲା । ଆଜି ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟର୍ବୋନେଟର ।
ହରଭଜନ ସିଂହ ଭାରତ ପକ୍ଷରୁ ୨୩୬ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୨୬୯ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ସେ ୧୦୩ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳି ୪୧୭ଟି ୱିକେଟ ହାସଲ କରି ରେକର୍ଡ କରିଛନ୍ତି । ଖାଲି ସେତିକି ନୁହେଁ ଟେଷ୍ଟ ମ୍ୟାଚ୍ରେ ହରଭଜନ ଦୁଇଟି ଶତକ ହାସଲ ମଧ୍ୟ କରିଛନ୍ତି । ଦିନିକିଆ ମ୍ୟାଚ୍ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୯ ରନ୍ ।