ମୁମ୍ବାଇ: ବିବାଦ ପରେ ଭାରତୀୟ ବ୍ୟାଟର ହନୁମା ବିହାରୀ ଇଣ୍ଡିଆ 'ଏ' ସ୍କ୍ବାଡ୍ରେ ସାମିଲ । ଇଣ୍ଡିଆ 'ଏ'ର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ବିହାରୀଙ୍କୁ ସ୍କ୍ବାଡ୍ରେ ସାମିଲ କରାଯାଇଛି । ନଭେମ୍ବର ୨୩ରୁ ଏହି ଗସ୍ତ ଆରମ୍ଭ ନେଇ ସୂଚୀ ରହିଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ ଯୋଗେଁ ଘୋଷଣା କରାଯାଇଛି ।
ପୂର୍ବରୁ ସର୍ବଭାରତୀୟ ଚୟନକର୍ତ୍ତା କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଇଣ୍ଡିଆ 'ଏ' ସ୍କ୍ବାଡ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ସ୍କ୍ବାଡ୍ ଘୋଷଣା କରିଥିଲେ । ମାତ୍ର ବିହାରୀଙ୍କୁ ଟିମରେ ସାମିଲ କରାଯାଇନଥିବାରୁ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏପରିକି ଭେଟେରାନ କମେଣ୍ଟେଟର ହର୍ଷ ଭୋଗଲେ ମଧ୍ୟ ଟ୍ବିଟ ଯୋଗେଁ ନାଖୁସ ଜାହିର କରିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ପିଟଲ ମଲାନ ପ୍ରୋଟିସ୍ 'ଏ' ସ୍କ୍ବାଡ୍ର ନେତୃତ୍ବ ନେବେ ।