ନୂଆଦିଲ୍ଲୀ:କାଉଣ୍ଟି କ୍ରିକେଟ ଡେବ୍ୟୁ ମ୍ୟାଚରେ ଖାତା ଖୋଲି ପାରିଲେ ନାହିଁ ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ। ନିର୍ଟିଘାମସାୟର ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡକ ଆଉଟ ହୋଇ ପାଭେଲିୟନକୁ ଫେରିଥିଲେ ହନୁମା ବିହାରୀ। ଇଂଲିଶ କାଉଣ୍ଟି କ୍ରିକେଟରେ ବର୍ମିଂହାମ ପକ୍ଷରୁ ଖେଳୁଥିବା ହନୁମା ପିଚ ଉପରେ 40 ମିନିଟ ବିତାଇଥିଲେ।
ଏହି ସମୟରେ ଇଂଲଣ୍ଡର ଷ୍ଟ୍ରାଇକ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଖାଲି ବ୍ୟାଟିଂ ନୁହେଁ ସେ ଗୋଟିଏ ଓଭର ବୋଲିଂ କରିଥିବା ବେଳେ 11ରନ ଖର୍ଚ୍ଚ କରିଥିଲେ। ବର୍ମିଂହାମ ଅଧିନାୟକ ବିଲ ରୋଡସ ବୋଲିଂ କରୁଥିବା ବେଳେ ସେ ଗୋଟିଏ କ୍ୟାଚ ମଧ୍ୟ ଛାଡ଼ିଥିଲେ।