ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ମହାମାରୀକୁ ରୋକିବାକୁ ନିଆଯାଉଛି ଅନେକ ପଦକ୍ଷେପ । ବର୍ତ୍ତମାନ କୋରୋନା ମହାମାରୀ ଲଢ଼େଇରେ ସାମିଲ ହୋଇଛନ୍ତି ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ। କୋରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଏକ 100 ଜଣିଆ ପ୍ରତିନିଧି ଦଳ ତିଆରି କରିଛନ୍ତି ହନୁମା ବିହାରୀ । ଏହି 100 ଜଣଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ଯୁବଗୋଷ୍ଠୀ ସାମିଲ ରହିଛନ୍ତି ।
କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡରେ ରହିଛନ୍ତ ହନୁମା ବିହାରୀ । ଏହାପରେ ସେ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଓ ଇଲଂଣ୍ଡ ସହ ଟେଷ୍ଟ ସିରିଜ ଖେଳିବାକୁ ଭାରତୀୟ ଦଳ ସହ ଯୋଗ ଦେବେ । ଇଂଲଣ୍ଡରେ ରହି ମଧ୍ୟ ସେ ସୋସିଆଲ ମିଡିଆ ଜରିଆରେ ଏହି 100 ଜଣିଆ ପ୍ରତିନିଧି ଦଳ ତିଆରି କରିଥିଲେ। ଏଥିରେ ତାଙ୍କ ବନ୍ଧୁ ପରିବାରବର୍ଗଙ୍କ ସହ କିଛି ଫଲୋଅର୍ସ ମଧ୍ୟ ରହିଛନ୍ତି । ଯେଉମାନେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ସହ ଲୋକଙ୍କ ପାଇଁ ଶଯ୍ୟାର ବ୍ୟବସ୍ଥା କରାଉଛନ୍ତି ।