ଓଡିଶା

odisha

ETV Bharat / sports

ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ଫ୍ୟାନ୍ସ ଦୁଇଭାଗ, ଏମିତି କହିଲେ ଗମ୍ଭୀର - କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି

ବିସିସିଆଇ ଅନୁରୋଧକୁ ରକ୍ଷା କରି ଦ୍ରାବିଡ ଟିମ୍‌ ଇଣ୍ଡିଆ ପ୍ରଶିକ୍ଷକ ଭାବେ ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କର ମିଶ୍ରିତ ପ୍ରତିକ୍ରିୟା ଆସୁଛି । ହେଲେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ

ଦ୍ରାବିଡଙ୍କ ଦ୍ବିତୀୟ ଇନିଂସକୁ ଗମ୍ଭୀରଙ୍କ ସ୍ବାଗତ
ଦ୍ରାବିଡଙ୍କ ଦ୍ବିତୀୟ ଇନିଂସକୁ ଗମ୍ଭୀରଙ୍କ ସ୍ବାଗତ

By ETV Bharat Odisha Team

Published : Nov 29, 2023, 9:52 PM IST

କୋଲକାତା: ବହୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ଦ୍ବିତୀୟ ଥର ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି ବିସିସିଆଇ । ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ସହିତ ଦ୍ରାବିଡଙ୍କ ଚୁକ୍ତିନାମା ଶେଷ ହୋଇଥିଲା । ଏହାପରେ ବିସିସିଆଇ ନୂଆ ପ୍ରଶିକ୍ଷକ ସନ୍ଧାନରେ ରହିଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଖୁବ୍‌ଶୀଘ୍ର ଭିଭିଏସ୍‌ ଲକ୍ଷ୍ମଣ ନିୟମିତ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବା ଏକ ପ୍ରକାର ନିଶ୍ଚିତ ବୋଲି ଖବର ପ୍ରକାଶ ପାଇଥିଲା । ହେଲେ ପୁଣିଥରେ ଦ୍ରାବିଡ ଓ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବିସିସିଆଇ ବୃଦ୍ଧି କରିବା ପରେ ସାମାଜିକ ଗଣମାଧ୍ୟରେ ପ୍ରଶଂସକ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଏଥିରେ ଖୁସି ଥିବାବେଳେ କିଛି ବିସିସିଆଇର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏହାରି ଭିତରେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟର ଗୌତମ ଗମ୍ଭୀର ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆରେ ତାଙ୍କର ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିବା ପରେ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି, "ବିଶ୍ବକପ ଆଉ ଜିତିବା ଆଶା ନାହିଁ ।' ଅନ୍ୟ ଜଣେ ୟୁଜର୍‌ ଲେଖିଛନ୍ତି, 'ଦ୍ରାବିଡ ସାହେବ ବିଶ୍ବକପ୍‌ ଜିତିବା ପରେ ଯିବେ ।' ସେହିଭଳି ଜଣେ ପ୍ରଶଂସକ ଦ୍ରାବିଡ ଓ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରି ଲେଖିଛନ୍ତି, 'ଦ୍ରାବିଡ କିଛି ଖରାପ କରିନାହାନ୍ତି ।' ଅନ୍ୟ ଜଣେ କହିଛନ୍ତି, 'ଆମେ ସମାନ କୋଚଙ୍କ ସହିତ ଟି୨୦ ବିଶ୍ବକପ୍‌ ହରାଇବୁ ।' ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଏହିପରି ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ପ୍ରଶଂସକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ରାହୁଲ ଦ୍ରାବିଡ ପୁନର୍ବାର ମୁଖ୍ୟ ପ୍ରଶିକ୍ଷକ ହେବାକୁ ନେଇ କିଛି ପ୍ରଶଂସକ ଖୁସି ଥିବାବେଳେ କେତେକ ଏହି ପଦକ୍ଷେପକୁ ପସନ୍ଦ କରିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆକୁ ଫେରିଲେ ଦ୍ରାବିଡ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI

ଏହାରି ଭିତରେ ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟର ଗୌତମ ଗମ୍ଭୀର ମଧ୍ୟ ବିସିସିଆଇର ଏହି ନିଷ୍ପତ୍ତି ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଗମ୍ଭୀର କହିଛନ୍ତି, "ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ଏକ ଭଲ ନିଷ୍ପତ୍ତି । କାରଣ ଟି୨୦ ବିଶ୍ବକପ୍‌ ଆସୁଛି । ହଠାତ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କୁ ପରିବର୍ତ୍ତନ କରିହେବ ନାହିଁ । ଏହା ଭଲ ଯେ, ରାହୁଲ ବିସିସିଆଇର ଏହି ଚୁକ୍ତିନାମାକୁ ଗ୍ରହଣ କରିଛନ୍ତି । ଆମେ ଆମର ପ୍ରାଧାନ୍ୟତା ବଜାୟ ରଖିବା ଓ ଆମେ ଭଲ କ୍ରିକେଟ ଖେଳିପାରିବା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details