ନୂଆଦିଲ୍ଲୀ:କୋରୋନା ରୋଗୀଙ୍କ ଚିକିତ୍ସାରେ ଜରୁରୀ ବ୍ୟବହୃତ କୋଭିଡ-19 ମେଡିସିନ ଫାବିଫ୍ଲୁ ବେଆଇନ ଭାବେ କିଣି, ମହଜୁଦ ରଖିବା ଓ ପରେ ବିତରଣ କରିବା ନେଇ ଅଡୁଆରେ ଗୌତମ ଗମ୍ଭୀର ଫାଉଣ୍ଡେସନ । ଦିଲ୍ଲୀ ସରକାରଙ୍କ ଡ୍ରଗ କଣ୍ଟ୍ରୋଲର ଗୁରୁବାର ଦିଲ୍ଲୀ ହାଇକୋର୍ଟକୁ ଏନେଇ ଜଣାଇଛନ୍ତି ।
ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ ଡିଲର ଓ ଏପରି ବେଆଇନ କାର୍ଯ୍ୟ କରୁଥିବା ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟକୁ ଜଣାଇଛି ଡ୍ରଗ କଣ୍ଟ୍ରୋଲର ।