ଓଡିଶା

odisha

ETV Bharat / sports

Largest Cricket Stadium: ଜୟପୁରରେ ବିଶ୍ବର ତୃତୀୟ ସର୍ବବୃହତ କ୍ରିକେଟ ଷ୍ଟାଡିୟମ - ଜୟପୁର କ୍ରିକେଟ ଷ୍ଟାଡିୟମ

ଜୟପୁର-ଦିଲ୍ଲୀ ବାଇପାସ୍‌ରେ ଶନିବାର ବିଶ୍ବର ତୃତୀୟ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପ-ସଭାପତି ରାଜୀବ ଶୁକ୍ଲା ଓ ସମ୍ପାଦକ ଜୟ ଶାହ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Foundation stone of world's third largest cricket stadium laid in Jaipur
largest cricket stadium: ଜୟପୁରରେ ବିଶ୍ବର ତୃତୀୟ ସର୍ବବୃହତ କ୍ରିକେଟ ଷ୍ଟାଡିୟମ

By

Published : Feb 5, 2022, 8:28 PM IST

ଜୟପୁର: ଜୟପୁର-ଦିଲ୍ଲୀ ବାଇପାସ୍‌ରେ ଶନିବାର ବିଶ୍ବର ତୃତୀୟ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପ-ସଭାପତି ରାଜୀବ ଶୁକ୍ଲା ଓ ସମ୍ପାଦକ ଜୟ ଶାହ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

ରାଜସ୍ଥାନ କ୍ରିକେଟ ଆସୋସିଏସନ(RCA) ମୁଖ୍ୟ ବୈଭବ ଗେହଲଟ, ପୂର୍ବତନ ସଭାପତି ସିପି ଜୋଷୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଭୂମୀପୂଜନ କାର୍ଯ୍ୟକ୍ରମ ସଂପନ୍ନ କରିଥିଲେ । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍‌ କହିଛନ୍ତି,"ରାଜସ୍ଥାନ କ୍ରିକେଟ ପାଇଁ ଆଜି ଏକ ସ୍ବର୍ଣ୍ଣିମ ଅବସର । ପୂର୍ବତନ RCA ସଭାପତି ସିପି ଜୋଷୀ ଜୟପୁରରେ ବୋର୍ଡର ନିଜର ଷ୍ଟାଡିୟମ ନେଇ ସ୍ବପ୍ନ ଦେଖିଥିଲେ, ଏବେ ରାଜ୍ୟରେ ପେଷାଦାର କ୍ରିକେଟ ପରିବେଶ ସୃଷ୍ଟି କରାଯାଉଛି । ବିଶ୍ବରେ ଥିବା ୧୦ଟି ବଡ ଷ୍ଟାଡିୟମ ମଧ୍ୟରୁ ୭ଟି କେବଳ ଭାରତରେ ରହିଛି, ରାଜସ୍ଥାନର ଏହି ଷ୍ଟାଡିୟମ ବିଶ୍ବର ବୃହତ୍ତମ ଷ୍ଟାଡିୟମ ତାଲିକାରେ ତୃତୀୟ । ଏହା ରାଜସ୍ଥାନ ଖେଳାଳି ଓ ରାଜ୍ୟର ଲୋକଙ୍କ ପାଇଁ ଗୌରବର ମୂହୂର୍ତ୍ତ ।"

ଏଥିସହ ଗେହଲଟ କହିଛନ୍ତି, ଦୀପକ ଚହର, ରାହୁଲ ଚହର, ମହୀପାଲ, ଖଲିଲ ଅହମ୍ମଦ ଓ ରବି ବିଷ୍ଣୋଇଙ୍କ ପରି ରାଜ୍ୟ ଖେଳାଳି ଭାରତୀୟ ଟିମ ପକ୍ଷରୁ ଖେଳୁଥିବାରୁ ଏହା ଏକ ବଡ ଉପଲବ୍ଧି । ଅନ୍ୟପଟେ BCCI ବସ୍‌ ସୌରଭ ଗାଙ୍ଗୁଲି କହିଛନ୍ତି, "ଗତ ୧୦ ବର୍ଷ ମଧ୍ୟରେ ଅନେକ କ୍ରୀଡା ଭିତ୍ତିଭୂମିର ବିକାଶ ହୋଇଛି । ଆଜି ଦିନରେ BCCI ବିଶ୍ବରେ ଏକ ପ୍ରମୁଖ କ୍ରିକେଟ ବୋର୍ଡ । ବିଶ୍ବର ତୃତୀୟ ସର୍ବବୃହତ ଷ୍ଟାଡିୟମ ଜୟପୁରରେ ହେଉଥିବାରୁ ବହୁତ ଖୁସି ।"

ଜୟପୁରର ୧୦୦ ଏକର ଜମିରେ ନିର୍ମାଣ ହେଉଥିବା ଏହି ବିଶାଳ କ୍ରିକେଟ ଷ୍ଟାଡିୟମ ଦେଶର ଦ୍ବିତୀୟ ବୃହତ୍ତମ ଷ୍ଟାଡିୟମ ଓ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାଡିୟିମ । ଏଥିରେ ୭୫,୦୦୦ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାର ବ୍ୟବସ୍ଥା ରହିଛି । ଷ୍ଟାଡିୟମରେ ମୋଟ ୧୧ଟି ପିଚ୍‌, ୨ଟି ପ୍ରାକ୍ଟିସ ଗ୍ରାଉଣ୍ଡ୍‌ସ, ଏକ କ୍ରିକେଟ ଏକାଡେମୀ, ପାର୍କିଂ, ସ୍ପୋର୍ଟ୍ସ କ୍ଳବ, ହୋଟେଲ ଓ ଅନ୍ତର୍ଜାତୀୟ ସ୍ତରୀୟ ଜିମ ସୁବିଧା ରହିଛି ।

ବିଶ୍ବର ବୃହତ୍ତମ ଷ୍ଟାଡିୟମ ଭାବେ ପରିଚିତ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ୧.୧୦ ଲକ୍ଷ ଦର୍ଶକ କ୍ଷମତା ରହିଛି । ଦ୍ବିତୀୟ ବୃହତ୍ତମ ଷ୍ଟାଡିୟମ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG) ରହିଛି । ଏହାର ଦର୍ଶକ କ୍ଷମତା ଏକଲକ୍ଷ ରହିଛି ।

IANS

ABOUT THE AUTHOR

...view details