ନୂଆଦିଲ୍ଲୀ:ମୃତ୍ୟୁକୁ ନେଇ ଗୁଜବ । କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ମିଛ ଖବର ପ୍ରକାଶିତ ହୋଇଛି । ଜିମ୍ବାୱେ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକଙ୍କର ମୃତ୍ୟୁ ହୋଇଥିବା ନେଇ ମିଛ ପ୍ରକାଶ ହେବା ସମସ୍ତଙ୍କୁ ଚକିତ କରିଛି । ହିଥ ଷ୍ଟ୍ରିକଙ୍କର ଦେହାନ୍ତ ହୋଇନାହିଁ ସେ ବଞ୍ଚିଛନ୍ତି ସୂଚନା ମିଳିଛି ।
ଜିମ୍ବାୱେ ଷ୍ଟାର କ୍ରିକେଟର ହିଥ ଷ୍ଟ୍ରିକ ବଞ୍ଚିଛନ୍ତି । ଆଜି ସକାଳ ପ୍ରାୟ 9ଟା ସମୟରେ କ୍ୟାନ୍ସରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା । ଜିମ୍ବାୱେ ଦଳର ସାଥୀ ଖେଳାଳି ହେନେରୀ ଓଲାଙ୍ଗ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଏହାପରେ ସମସ୍ତ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଥିବା । ଅନେକ କ୍ରିକେଟ କିମ୍ବଦନ୍ତୀ ଶୋକ ପ୍ରକାଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏକ ମିଛି ଖବର ବୋଲି ଜଣାପଡିଛି । ହିଥ ଷ୍ଟ୍ରିକଙ୍କ କିଛି ହୋଇନାହିଁ ସେ ଜୀବିତ ଅଛନ୍ତି ବୋଲି ସୂଚନା ମିଳିଛି ।
ସାଥୀ ଖେଳାଳି ହେନେରୀ ଓଲାଙ୍ଗ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ହିଥ ଷ୍ଟ୍ରିକଙ୍କ ବିୟୋଗ ହୋଇଥିବା ଖବର ଜଣାଇଥିଲେ । ଏହି ଖବରକୁ ସମଗ୍ର ଜିମ୍ବାୱେ କ୍ରିକେଟ ଜଗତଠୁ ନେଇ ବହୁ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଯେପରି ଅନିଲ କୁମ୍ବେଲ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାପରେ ହେନେରୀ ହିଥ ଷ୍ଟିକଙ୍କ ସହ ହ୍ବାର୍ଟ୍ସଅପରେ କଥାବାର୍ତ୍ତା ହେବା ପରେ ସେ ବଞ୍ଚିଥିବା ଜଣାପଡିଥିଲା । ହିଥ ଷ୍ଟିକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ନିଧନ ଖବର ମିଛ ବୋଲି ଜଣାପଡିଥିଲା ।