ଓଡିଶା

odisha

ETV Bharat / sports

spot-fixing: ବ୍ରେଣ୍ଡନ ଟେଲରଙ୍କ ସାଙ୍ଘାତିକ ଖୁଲାସା, ବ୍ଲାକମେଲ୍‌ କରିଥିଲେ ଭାରତୀୟ ବ୍ୟବସାୟୀ

ପୂର୍ବତନ ଜିମ୍ବାୱେ କ୍ୟାପଟେନ ବ୍ରେଣ୍ଡନ ଟେଲର(Brendan Taylor )ଙ୍କ ବିସ୍ଫୋରକ ବୟାନ । ଭାରତରେ ସ୍ପଟ-ଫିକ୍ସିଂରେ ସାମିଲ ହେବାକୁ ବୁକିଙ୍କ ଠାରୁ ଆମନ୍ତ୍ରଣ ପାଇଥିଲେ ବୋଲି ସୋମବାର ଖୁଲାସା କରିଛନ୍ତି ଟେଲର । ଏହି ଅପରାଧ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ତାଙ୍କ ଉପରେ ବହୁବର୍ଷୀୟ ବାସନ୍ଦ ଲଗାଇପାରେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

14268977Former Zimbabwe batter Brendan Taylor admits receiving money from Indian businessman for spot-fixing
ବ୍ରେଣ୍ଡନ ଟେଲରଙ୍କ ସାଙ୍ଘାତିକ ଖୁଲାସା, ସ୍ପଟ-ଫିକ୍ସିଂ ପାଇଁ ଭାରତୀୟ ବ୍ୟବସାୟୀଙ୍କ ଠାରୁ ନେଇଥିଲେ ଟଙ୍କା

By

Published : Jan 24, 2022, 8:01 PM IST

ନୂଆଦିଲ୍ଲୀ: ପୂର୍ବତନ ଜିମ୍ବାୱେ କ୍ୟାପଟେନ ବ୍ରେଣ୍ଡନ ଟେଲରଙ୍କ ବିସ୍ଫୋରକ ବୟାନ । ଭାରତରେ ସ୍ପଟ-ଫିକ୍ସିଂରେ ସାମିଲ ହେବାକୁ ବୁକିଙ୍କ ଠାରୁ ଆମନ୍ତ୍ରଣ ପାଇଥିଲେ ବୋଲି ସୋମବାର ଖୁଲାସା କରିଛନ୍ତି ଟେଲର । ଏହି ଅପରାଧ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ତାଙ୍କ ଉପରେ ବହୁବର୍ଷୀୟ ବାସନ୍ଦ (multi-year ban)ଲଗାଇପାରେ ବୋଲି ସେ କହିଛନ୍ତି ।

ଘଟଣା ସଂପର୍କରେ ଟ୍ବିଟ୍‌ରରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଟେଲର । ଅକ୍ଟୋବର ୨୦୧୯ରେ ପ୍ରାୟୋଜକ ଓ ଜିମ୍ବାୱେରେ ଏକ ଟି-୨୦ ପ୍ରତିଯୋଗିତା ପାଇଁ ଜଣେ ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଭାରତ ଆସିବାକୁ ଅନୁରୋଧ କରାଯାଇଥିଲା । ଏଥିପାଇଁ ୧୫,୦୦୦ ଆମେରିକୀୟ ଡଲାର ମଧ୍ୟ ଅଫର୍‌ କରାଯାଇଥିଲା । ଟେଲର କହିଛନ୍ତି, "୬ ମାସ ଧରି ଜିମ୍ବାୱେ କ୍ରିକେଟ ଠାରୁ ପାଉଣା ମିଳିନଥିବାରୁ ମୁଁ ଏହି ଅଫରକୁ ଅଗ୍ରାହ୍ୟ କରିପାରିନଥିଲି । ଅନ୍ତର୍ଜାତୀୟ ସ୍ତରରେ ଜିମ୍ବାୱେ ଖେଳ ଜାରିରଖିବାକୁ ସମର୍ଥ ହୋଇପାରିବ କି ନାହିଁ ଏହା ମଧ୍ୟ ଅନିଶ୍ଚିତ ଥିଲା ।"

ପୂର୍ବତନ ଜିମ୍ବାୱେ କ୍ୟାପଟେନ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି ଯେ, "ମୁଁ ଏହି ପ୍ରସ୍ତାବରେ ରାଜି ହୋଇଥିଲି ଓ ଆଲୋଚନା ଆଗକୁ ବଢିଥିଲା । ହୋଟେଲରେ ଆମର ଶେଷ ରାତିରେ ଉକ୍ତ ବ୍ୟବସାୟୀ ଓ ତାଙ୍କର ସହଯୋଗୀ ଡିନର୍‌ ପାଇଁ ନେଇଯାଇଥିଲେ । ଆମେ ଡ୍ରିଙ୍କ୍ସ କରିଥିଲୁ ଓ ସେମାନେ ମୋତେ ଖୋଲାଖୋଲି କୋକେନ(cocaine) ଅଫର କରିଥିଲେ, ସେମାନେ ମଧ୍ୟ ଏହାକୁ ଗ୍ରହଣ କରୁଥିଲେ । ମୁଁ ବୋକା ବନିବା ସହ କୋକେନ ନେଇଥିଲି, ଏହି ସମୟର ଭିଡିଓ ଉତ୍ତୋଳନ କରାଯାଇଥିଲା, ଯାହାକୁ ନେଇ ମୁଁ ମାନସିକ ଚିନ୍ତାରେ ରହିଥିଲି ।"

ଏହାମଧ୍ୟ ପଢନ୍ତୁ: ICC Awards: ସ୍ମୃତି ମାନ୍ଧାନା ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର

ପରଦିନ ସକାଳେ, ସମାନ ବ୍ୟକ୍ତି ହୋଟେଲ ରୁମ୍‌ ଭିତରକୁ ଧସେଇ ପସିଥିଲେ ଓ ପୂର୍ବ ରାତିରେ କୋକେନ ନେଉଥିବାର ଏକ ଭିଡିଓ ଦେଖାଇଥିଲେ ଓ କହିଥିଲେ ଯଦି ତାଙ୍କ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମ୍ୟାଚ୍‌ ଫିକ୍ସିଂ କରିବି ନାହିଁ ତେବେ ସେମାନେ ଏହି ଭିଡିଓକୁ ସାଧାରଣରେ ରିଲିଜ କରିଦେବେ । ସେହି ସମୟରେ ସେମାନେ ୬ଜଣ ଥିଲେ ଓ ମୋର ଜୀବନ ପ୍ରତି ବିପଦ ଥିବା ଅନୁଭବ ହୋଇଥିଲା । ଭୟରେ ଥିଲି ଓ ଏହି ଘଟଣା ମୋର ଜୀବନକୁ ସବୁଦିନ ପାଇଁ ବଦଳାଇଦେଇଥିଲା ।

ଘରକୁ ଫେରିବା ପରେ ଏହି ଘଟଣା ତାଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ବିଶେଷ ଆଘାତ ପହଞ୍ଚାଇଥିଲା ଓ ସେଥିପାଇଁ ସେ ଅସୁସ୍ଥ ହୋଇପଡିଥିଲେ । ଏହା ଖୁଲାସା କରିବାର ଅର୍ଥ କ୍ରିକେଟକୁ ଭଲପାଉଥିବା କ୍ରିକେଟର ଏପରି ଘଟଣାରେ ସଚେତନ ହେବେ ।

ଟେଲର ଆହୁରି କହିଛନ୍ତି ଯେ, ଏହି ଭିଡିଓକୁ ନେଇ ସେମାନେ ସ୍ପଟ ଫିକ୍ସିଂ ପାଇଁ ବ୍ଳାକମେଲ୍‌ କରିଥିଲେ । ମାତ୍ର ସେ କୌଣସି ମ୍ୟାଚ୍‌ ଫିକ୍ସିଂ କରିନାହାନ୍ତି । ସବୁଠୁ ଅଧିକ ଭଲପାଉଥିବା ଖେଳ କ୍ରିକେଟକୁ ଭଲପାଏ, ସମ୍ମାନ କରେ । ମୁଁ ଠକ ନୁହେଁ । ପରେ ICCକୁ ସମସ୍ତ ଘଟଣା ଅବଗତ କରାଇଥିଲେ । ବାସନ୍ଦାଦେଶ ଲାଗିଲେ ଏହାକୁ ଗ୍ରହଣ କରିବାକୁ ଅସୁବିଧା ନାହିଁ ।

ANI

ABOUT THE AUTHOR

...view details