ଓଡିଶା

odisha

ETV Bharat / sports

ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସ 6 ବର୍ଷ ବାସନ୍ଦ - Marlon samuels

ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସ ସମସ୍ତ କ୍ରିକେଟରୁ 6 ବର୍ଷ ବାସନ୍ଦ ହୋଇଛନ୍ତି । 11 ନଭେମ୍ବର 2023ରୁ ବାସନ୍ଦାଦେଶ ଲାଗୁ ହୋଇଛି ଅଧିକ ପଢନ୍ତୁ

ମାର୍ଲନ ସାମୁଏଲ୍ସ  ବାସନ୍ଦ
Marlon samuels Banned

By ETV Bharat Odisha Team

Published : Nov 24, 2023, 9:26 AM IST

ଦୁବାଇ:ୱେଷ୍ଟଇଣ୍ଡିଜ ପୂର୍ବତନ କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କୁ ଆଇସିସି 6 ବର୍ଷ ବାସନ୍ଦ କରିଛି । ସମସ୍ତ ଫର୍ମାଟ କ୍ରିକେଟରୁ ବାସନ୍ଦ ହୋଇଛନ୍ତି ସାମୁଏଲ୍ସ । ଏମିରେଟ୍ସ କ୍ରିକେଟ ବୋର୍ଡ ଦୁର୍ନୀତି ନିରୋଧ କୋର୍ଡର ଉଲ୍ଲଘଂନ କରିଥିବାରୁ ତାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି । ସାମୁଏଲ୍ସଙ୍କ ଉପରେ ଏହି 6 ବର୍ଷର ବାସନ୍ଦାଦେଶ 11 ନଭେମ୍ବର 2023ରୁ ଲାଗୁ ହୋଇଛି । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରୁ ସୁନୀଲ ନାରିିନଙ୍କ ଅବସର

ୱେଷ୍ଟଇଣ୍ଡିଜର ଏହି ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର 4ଟି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସାମୁଏନ୍ସ ଧାରା 2.4.2, ଧାରା 2.4.3, ଧାରା 2.4.6, ଧାରା 2.4.7 ଉଲ୍ଲଘଂନ କରିଥିବା ଜଣାପଡିଛି । ଧାରା 2.4.2 ଅନୁଯାୟୀ କ୍ରିକେଟ ଖେଳକୁ ଆଞ୍ଚ ଆଣିଲା ଭଲି କୌଣସି ଉପହାର, ଦେୟ, ଆତିଥ୍ୟ ଓ ଅନ୍ୟାନ୍ୟ ଲାଭଜନକ ଜିନିଷ ଗ୍ରହଣ କରି ନିର୍ଦ୍ଧିଷ୍ଟ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ନଜଣାଇବା । ସେହିପରି ଧାରା 2.4.3 ଅନୁଯାୟୀ 750 ଡଲାରରୁ ଅଧିକ ଅର୍ଥରାଶି ଆତିଥ୍ୟ ଗ୍ରହଣ କରିବା । ସେହିପରି 2.4.6, ଓ 2.4.7 ଯଥାକ୍ରମେ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ ନକରିବା ଓ ଅନୁସନ୍ଧାନ ସହ ଡଡିତ ତଥ୍ୟା ଲୁଚାଇବା । 2019ରେ ଦୁବାଇରେ ଚାଲିଥିବା ଟି-10 ଲିଗ ବେଳେ ସାମୁଏଲ୍ସ ଜଣେ ବ୍ୟକ୍ତିଙ୍କଠୁ ଉପହାର ଗ୍ରହଣ କରିଥିଲେ । 2021ରେ ସାମୁଏଲ୍ସଙ୍କ ବିରୋଧରେ 4ଟି ଦୁର୍ନୀତି ଅଭିଯୋଗ ହୋଇଥିଲା । 6 ବର୍ଷର ବାସନ୍ଦାଦେଶ 11 ନଭେମ୍ବର 2023ରୁ ଲାଗୁ ହୋଇଛି ।

ଏହା ବି ପଢନ୍ତୁ...ହାର ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରେରିତ କରନ୍ତି, ସେତେବେଳେ ଆତ୍ମବିଶ୍ବାସ ବଢେ: ଶାମି

ସାମୁଏଲ୍ସ 18 ବର୍ଷ କ୍ୟାରିୟରରେ ୱେଷ୍ଟଇଣ୍ଡିଜ୍‌ ପାଇଁ 300ରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି । ସେଥିରେ 17ଟି ଶତକ ସାମିଲ ରହିଛି । ଦିନିକିଆରେ ଦଳର ଅଧିନାୟକ ଥିଲେ ସାମୁଏଲ୍ସ । 2000ରୁ 2018 ପର୍ଯ୍ୟନ୍ତ ସେ 71ଟି ଟେଷ୍ଟ, 207ଟି ଦିନିକିଆ ଏବଂ 67ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଥିଲେ । ପୁରୁଷ ଟି20 ବିଶ୍ବକପ 2012 ଏବଂ 2016 ଦୁଇଟି ସଂସ୍କରଣ ଚମ୍ପିଆନ ହୋଇଥିଲେ । ୱେଷ୍ଟଇଣ୍ଡିଜ୍‌ ଏହି ସଂସ୍କରଣରେ ଆଇସିସି ଟ୍ରଫି ଜିତିଥିଲା । 42 ବର୍ଷୀୟ ସାମୁଏଲ୍ସ 2020 ନଭେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ତେବେ ସାମୁଏଲ୍ସ ଘରୋଇ ଲିଗ୍‌ରେ ଖେଳିବା ଜାରି ରଖିଥିଲେ ।

ABOUT THE AUTHOR

...view details