ଓଡିଶା

odisha

ETV Bharat / sports

ଆଉ ନାହାନ୍ତି ଅମ୍ପାୟାର ଅସଦ ରୌଫ, ୬୬ ବର୍ଷରେ ହୃଦ୍‌ଘାତରେ ମୃତ୍ୟୁ

ବର୍ଷ ୨୦୧୩ରେ IPL ସ୍ପଟ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କର ନାମ ଆସିବା ପରେ ମୁମ୍ବାଇ ପୋଲିସ ତାଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇଥିଲା । ଆଇପିଏଲର ଏହି ସଂସ୍କରଣରେ ସେ ଅମ୍ପାୟାରିଂ କରିଥିଲେ । BCCI ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲା ।

By

Published : Sep 15, 2022, 12:38 PM IST

Updated : Sep 15, 2022, 12:53 PM IST

Former Pakistan umpire Asad Rauf dies of heart attack
ଆଉ ନାହାନ୍ତି ଅମ୍ପାୟାର ଅସଦ ରୌଫ, ୬୬ ବର୍ଷରେ ହୃଦ୍‌ଘାତରେ ମୃତ୍ୟୁ

ନୂଆଦିଲ୍ଲୀ:ପୂର୍ବତନ ପାକିସ୍ତାନୀ ଅମ୍ପାୟାର ଅସଦ ରୌଫଙ୍କ ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଲାହୋରରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ବର୍ଷ ୨୦୦୦ରେ ରୌଫ, ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅମ୍ପାୟାରିଂ କରିଥିଲେ । ସେ ୬୪ଟି ଟେଷ୍ଟ ମ୍ୟାଚ୍‌(ଫିଲ୍ଡ ଅମ୍ପାୟର ଭାବେ ୪୯ ଓ TV ଅମ୍ପାୟାର ଭାବେ ୧୫), ୧୩୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଓ ୨୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ପରିଚାଳନା କରିଥିଲେ । ବର୍ଷ ୨୦୦୦ ସୁଦ୍ଧା ସେ ପାକିସ୍ତାନର ଅନ୍ୟତମ ଅଗ୍ରଣୀ ଅମ୍ପାୟର ଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ରୌଫ୍‌ ନିଜ ଦୋକାନରୁ ଫେରିବା ପରେ ହୃଦଘାତର ଶିକାର ହୋଇଥିଲେ । ରୌଫଙ୍କ ଦେହାନ୍ତରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା ଟ୍ବିଟ୍‌ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି । ଟ୍ବିଟ୍‌ରେ ରମିଜ ଲେଖିଛନ୍ତି,"ରୌଫ କେବଳ ଜଣେ ଭଲ ଅମ୍ପାୟାର ନଥିଲେ ବରଂ ଜଣେ ଭଲ ମଣିଷ ଥିଲେ । ସର୍ବଦା ହସ ହସ ମୁହଁରେ ସେ ତାଙ୍କର କାର୍ଯ୍ୟ କରିଥାନ୍ତି ।"

ରୌଫ୍‌ ନିଜର ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ ବ୍ୟାଙ୍କ୍‌ ଓ ରେଲୱେ ପାଇଁ ୭୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି । ବର୍ଷ ୨୦୦୬ ଏପ୍ରିଲରେ ସେ ICC ଏଲିଟ ପ୍ୟାନେଲରେ ନିଯୁକ୍ତ ହୋଇଥିଲେ । ଅଲିମ ଦାରଙ୍କ ସହିତ ସେ ପାକିସ୍ତାନର ଜଣେ ପ୍ରତିଷ୍ଠିତ ଅମ୍ପାୟାର ରହିଥିଲେ । ତେବେ ବର୍ଷ ୨୦୧୩ରେ IPL ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କର ନାମ ଆସିବା ପରେ, ମୁମ୍ବାଇ ପୋଲିସ ତାଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇଥିଲା । ଆଇପିଏଲର ଏହି ସଂସ୍କରଣରେ ସେ ଅମ୍ପାୟାରିଂ କରିଥିଲେ । ଏହାପରେ ତାଙ୍କର ଅମ୍ପାୟାରିଂ କ୍ୟାରିୟରର ଗ୍ରାଫ୍‌ ତଳକୁ ଖସିଥିଲା ।

IPL ସଂସ୍କରଣର ଅଧାରୁ ସେ ଭାରତ ଛାଡିଥିଲେ ଓ ଚମ୍ପିଆନ୍ସ ଟ୍ରଫିରୁ ଓହରି ଯାଇଥିଲେ । ପରେ ICC ଏଲିଟ ପ୍ୟାନେଲ୍‌ରୁ ସେ ବାଦ୍‌ ପଡିଥିଲେ । ବର୍ଷ ୨୦୧୬ରେ ଦୁର୍ନୀତି ଓ ପରିଚାଳନାରେ ଅନିୟମିତତା ଯୋଗୁଁ BCCI ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲା ।

Last Updated : Sep 15, 2022, 12:53 PM IST

ABOUT THE AUTHOR

...view details