ଓଡିଶା

odisha

ETV Bharat / sports

ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ନିର୍ବାଚିତ - PCB ଚେୟାରମ୍ୟାନ ରମିଜ ରାଜା

ପୂର୍ବତନ ପାକିସ୍ତାନ କ୍ୟାପଟେନ୍‌ ଓ ୧୯୯୨ ବିଶ୍ବକପ ବିଜେତା ଖେଳାଳି ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନୂଆ ଚେୟାରମ୍ୟାନ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

former pakistan player rameez raja elected as new chairman of PCB
ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ନିର୍ବାଚିତ

By

Published : Sep 13, 2021, 3:59 PM IST

ଲାହୋର: ପୂର୍ବତନ ପାକିସ୍ତାନ କ୍ୟାପଟେନ୍‌ ଓ ୧୯୯୨ ବିଶ୍ବକପ ବିଜେତା ଖେଳାଳି ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନୂଆ ଚେୟାରମ୍ୟାନ(ଅଧ୍ୟକ୍ଷ) ନିର୍ବାଚିତ ହୋଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡର ୩୬ତମ ଚେୟାରମ୍ୟାନ୍‌ ଭାବେ ରମିଜଙ୍କ କାର୍ଯ୍ୟକାଳ ୩ ବର୍ଷ ହେବ ।

PCB ନିର୍ବାଚନ କମିଶନର, ଅବସରପ୍ରାପ୍ତ ବିଚାରପତି ଶୈଖ ଅଜମାତ ସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ସର୍ବସମ୍ମତି କ୍ରମେ ରମିଜଙ୍କ ନାମରେ ମୋହର ବାଜିଛି ।

ଅବଦୁଲ ହଫିଜ କାରଦାର(୧୯୭୨-୧୯୭୭), ଜାବେଦ ବୁର୍କି(୧୯୯୪-୧୯୯୫) ଓ ଏଜାଜ ବଟ୍‌(୨୦୦୮-୨୦୧୧)ଙ୍କ ପରେ, ରମିଜ PCBର ନେତୃତ୍ବ ନେବାକୁ ଯାଉଥିବା ଚତୁର୍ଥ ପାକିସ୍ତାନୀ ଅନ୍ତର୍ଜାତୀୟ କ୍ରିକେଟର । ରମିଜ ରାଜା କହିଛନ୍ତି, ପିସିବାର ଚେୟାରମ୍ୟାନ ଚୟନ କରିଥିବାରୁ ସମସ୍ତଙ୍କ ପାଖରେ ଋଣି । ପଡିଆରେ ଓ ପଡିଆ ବାହାରେ ପାକିସ୍ତାନ କ୍ରିକେଟକୁ ନିରନ୍ତର ଆହୁରି ମଝବୁତ୍‌ କରିବାକୁ ସମସ୍ତଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସାହିତ ଅଛି ।

ଏଥିସହ ରମିଜ ଆହୁରି କହିଛନ୍ତି, "ମୋର ମୂଳ ଫୋକସ ପାକିସ୍ତାନର ପୁରୁଷ କ୍ରିକେଟ ଟିମରେ ସେହି ସଂସ୍କୃତି, ମାନସିକତାକୁ ଅକ୍ଷୁର୍ଣ୍ଣ ରଖିବା ଓ ଦୃଷ୍ଟିକୋଣ ସ୍ପଷ୍ଟ କରିବାରେ ସହଯୋଗ କରିବା ହେବ, ଯାହା ପାକିସ୍ତାନକୁ କ୍ରିକେଟ ଖେଳୁଥିବା ପ୍ରମୁଖ ଦେଶ ମଧ୍ୟରେ ଏକ ବନାଇଥିଲା ।"

ଏକ ସଂଗଠନ ଭାବେ ସମସ୍ତ ଜାତୀୟ ଟିମକୁ ସହଯୋଗ ଓ ସହାୟତା ଓ ସମର୍ଥନ ପ୍ରଦାନ କରିବାର ଆବଶ୍ୟକତା ରହିଛି, ଯାହାଦ୍ବାରା ସେହି କ୍ରିକେଟ ବ୍ରାଣ୍ଡ୍‌ର ନିର୍ମାଣ କରିବ ଯାହା ପଡିଆ ଭିତରେ ଫ୍ୟାନ୍ସ ପ୍ରତିଥର ଆଶା ରଖନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details