ଓଡିଶା

odisha

By

Published : Sep 28, 2021, 4:23 PM IST

ETV Bharat / sports

ଇଞ୍ଜାମାମ-ଉଲ୍‌-ହକ୍‌ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍‌ ଇଞ୍ଜାମାମ-ଉଲ୍‌-ହକ୍‌ ଅସୁସ୍ଥ । ଅଧିକ ପଢନ୍ତୁ...

Former Pakistan captain Inzamam-ul-Haq undergoes angioplasty
ଇଞ୍ଜାମାମ-ଉଲ୍‌-ହକ୍‌ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଲାହୋର: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍‌ ଇଞ୍ଜାମାମ-ଉଲ୍‌-ହକ୍‌ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଇଞ୍ଜାମାମଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଏମର୍ଜେନ୍ସି ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଉଛି ।

ଇଞ୍ଜାମାମଙ୍କ ଏକ ପରିବାର ସଦସ୍ୟ କହିଛନ୍ତି, ସୋମବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିଥିଲେ । ଏଥିସହ ଅନ୍ୟଜଣେ ପରିବାର ସଦସ୍ୟ କହିଛନ୍ତି, "ଇଞ୍ଜାମାମ ବର୍ତ୍ତମାନ ଭଲ ଅଛନ୍ତି, ଖୁବଶୀଘ୍ର ସେ ହସ୍ପିଟାଲରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବେ ।"

୫୧ ବର୍ଷୀୟ ଇଞ୍ଜାମାମ-ଉଲ୍‌-ହକ୍‌ ପାକିସ୍ତାନ ପକ୍ଷରୁ ୧୨୦ଟି ଟେଷ୍ଟ, ୩୭୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଏଥିସହ ବର୍ଷ ୨୦୧୬-୨୦୧୯ ମଧ୍ୟରେ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ ମଧ୍ୟ ନିଭାଇଛନ୍ତି । ତାଙ୍କ ଚୟନକର୍ତ୍ତା କାର୍ଯ୍ୟକାଳ ସମୟରେ ୨୦୧୭ ICC ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ବିଜୟୀ ହୋଇଥିଲା ପାକିସ୍ତାନ । ତେବେ ୨୦୧୯ ବିଶ୍ବକପ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାନେଜ୍‌ମେଣ୍ଟର ନବକଳେବର ପରେ ପଦରୁ ଛାଡିଥିଲେ ।

ପୂର୍ବତନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ୨୦୧୬ ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ଟିମର କୋଚ୍‌ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details