ଓଡିଶା

odisha

ETV Bharat / sports

ବେଟିଂ କମ୍ପାନୀ କିଣିଛନ୍ତି IPL ଟିମ ! - ଅହମ୍ମଦାବାଦ IPL ଟିମ

RPSG ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍‌ ରେକର୍ଡ ୭,୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଟିମ ଓ CVC କ୍ୟାପିଟାଲ ୫,୬୨୫ କୋଟି ଟଙ୍କାରେ ଅହମ୍ମଦାବାଦ IPLଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Former IPL commissioner Lalit Modi was shocked at the BCCI not doing a thorough check on CVC Capitals's sporting assets
ବେଟିଂ କମ୍ପାନୀ କିଣିଛନ୍ତି IPL ଟିମ !

By

Published : Oct 28, 2021, 7:42 PM IST

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ରେ ସାମିଲ ହୋଇଛନ୍ତି ଆଉ ଦୁଇଟି ନୂଆ ଟିମ । IPLର ଆଗାମୀ ସଂସ୍କରଣ ଠାରୁ ୮ଟି ବଦଳରେ ୧୦ ଟିମ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ । ସେଥିପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ IPL ପରିବାରର ନୂଆ ଦୁଇଟି ଫ୍ରାଞ୍ଚାଇଜ ସଦସ୍ୟ ହୋଇଛନ୍ତି । ନିଲାମ ପ୍ରକ୍ରିୟା ଜରିଆରେ ନୂଆ ଦୁଇଟି ଟିମ ସ୍ଥିର ହୋଇଛି । ସୋମବାର ଦୁବାଇରେ ଆୟୋଜିତ ନୂଆ ଦୁଇଟି ଟିମ ପାଇଁ ନିଲାମରେ RPSG ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍‌ ଓ CVC କ୍ୟାପିଟାଲ ବାଜି ମାରିଥିଲେ । RPSG ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍‌ ରେକର୍ଡ ୭,୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଟିମ ଓ CVC କ୍ୟାପିଟାଲ ୫,୬୨୫ କୋଟି ଟଙ୍କାରେ ଅହମ୍ମଦାବାଦ IPL ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି ।

ନୂଆ ଦୁଇଟି ଫ୍ରାଞ୍ଚାଇଜକୁ BCCI ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସମେତ IPL ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ ସ୍ବାଗତ କରିଥିଲେ ।

ତେବେ ଘରେ ନ ପଶୁଣୁ ଚାଳ ବାଜିବା ପରି ନୂଆ ଟିମକୁ ନେଇ ଦେଖାଦେଇଛି ବିବାଦ । ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦି BCCIର ଟିମ ଚୟନ ଓ ନିଲାମ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତରେ ବେଟିଂ ବେଆଇନ ହୋଇଥିବାବେଳେ ଏକ ବେଟିଂ କମ୍ପାନୀ ଆଇପିଏଲ ଟିମର ମାଲିକାନା ହାସଲ କରିଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲଳିତ ମୋଦି । ନିଲାମରେ ଅଂଶଗ୍ରହଣ କରିଥିବା କମ୍ପାନୀଙ୍କ ସଠିକ୍‌ ଯାଞ୍ଚ କରାଯାଇନଥିବା ସେ ଟ୍ବିଟ ଜରିଆରେ ଅଭିଯୋଗ କହିଛନ୍ତି ।

ଅହମ୍ମଦାବାଦ IPL ଫ୍ରାଞ୍ଚାଇଜର ମାଲିକାନା ହାତେଇଥିବା CVC କ୍ୟାପିଟାଲ ୟୁନାଇଟେଡ୍‌ କିଙ୍ଗ୍‌ଡମ(UK)ର ବେଟିଂ କମ୍ପାନୀ SKY ବେଟିଂରେ ୮୦ ପ୍ରତିଶତ ସେୟାର ରହିଛି । ଏପରି ସ୍ଥିତିରେ କିପରି ଭାବେ ଦୁର୍ନୀତି-ନିରୋଧକୁ ନିୟନ୍ତ୍ରଣ କରାଯିବ ବୋଲି ଲଳିତ ମୋଦି ପ୍ରଶ୍ନ କରିଛନ୍ତି ।

ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, "ଯଦି ଏକ IPL ଟିମର ମାଲିକ ଏକ ବେଟିଂ କମ୍ପାନୀର ମାଲିକ ହୁଏ ତେବେ ଭାରତ ଭଳି ଦେଶରେ ଯେଉଁଠାରେ ବେଟିଂ ବେଆଇନ, ସେଠାରେ ବେଟିଂ ଅନୁମତି ନଥିବା ବିଚାର ବିରୁଦ୍ଧରେ । ମୁଁ ଆଚମ୍ବିତ ଯେ BCCI ଏହା ଘଟିବାକୁ ଦେଲା । ସେମାନେ ଏହି ମାଲିକଙ୍କୁ ଖାରଜ କରିବା ସହ ଦ୍ବିତୀୟ ସର୍ବାଧିକ ବିଡରଙ୍କୁ ଫ୍ରାଞ୍ଚାଇଜର ମାଲିକାନା ପ୍ରଦାନ କରିବ ଉଚିତ୍‌ ।"

ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ IPL 2022 ଠାରୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ତେବେ IPLରେ ବର୍ତ୍ତମାନର ୮ ଫ୍ରାଞ୍ଚାଇଜ ପାଇଁ ଏଯାବତ ଖେଳାଳି ରିଟେନସନର କୌଣସି ସ୍ପଷ୍ଟ ନିୟମ ଜାରି କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details