ଓଡିଶା

odisha

ETV Bharat / sports

41 ବର୍ଷରେ ପାଦ ଦେଲେ କ୍ୟାପ୍ଟେନ କୁଲ, ଫ୍ୟାନ୍ସଙ୍କଠୁ ଛୁଟୁଛି ଶୁଭେଚ୍ଛା ସୁଅ

କ୍ୟାପଟେନ କୁଲ, ମାହି, ରାଞ୍ଚି ରାଜକୁମାର ତଥା ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଜି ଜନ୍ମଦିନ (HAPPY BIRTHDAY DHONI) । 41ବର୍ଷ ବୟସରେ ପର୍ଦାପଣ କରିଛନ୍ତି ଧୋନି । ଅଧିକ ପଢନ୍ତୁ

happy birthday dhoni
happy birthday dhoni

By

Published : Jul 7, 2022, 10:00 AM IST

ହାଇଦ୍ରାବାଦ: ସେ ଅନେକଙ୍କ ପାଇଁ ଆଦର୍ଶ ପ୍ରେରଣା । ଆଉ କେହି ନୁହନ୍ତି ସେ ହେଲେ ଭାରତୀୟ କ୍ରିକେଟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । କ୍ରିକେଟ ଜଗତରେ କେବଳ ଧୋନିଙ୍କ ନାମ ହିଁ କାଫି । ସେ ବ୍ୟାଟିଂ କରିବାକୁ ଆସିଲେ ଫ୍ୟାନ୍ସଙ୍କ ମାହି ମାହି ନାରାରେ କମ୍ପେ ମଇଦାନ । କମ ସମୟରେ କ୍ରିକେଟରେ ଏକ ରେକର୍ଡ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଝାଡଖଣ୍ଡ ପୁଅ ମହେନ୍ଦ୍ର ସିଂ ଧୋନି । ଆଜି 41 ବର୍ଷରେ ପଦାର୍ପଣ କରିଛନ୍ତି ଧୋନି । କ୍ରିକେଟ ଜଗତର ଅନ୍ୟତମ ସଫଳ କ୍ୟାପଟେନ ହେଉଛନ୍ତି ମାହି । ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟିଛି ଶୁଭେଚ୍ଛାର ସୁଅ ।

happy birthday dhoni

କିଛି କାହାଣୀ ଅସାଧାରଣ ଥାଏ ବର୍ଣ୍ଣନା କରିବା ସମ୍ଭବ ନଥାଏ । କିଛି କାହାଣୀ ସ୍ବପ୍ନ ସତ କରିଥାଏ । ସେମିତି କାହାଣୀ ଗୋଲ କିପରରୁ ୱିକେଟକିପର ଆଉ ପରେ ଭାରତୀୟ ଦଳର ଅଧିନାୟକ ଧୋନିଙ୍କର ଥିଲା ସେମିତି କିଛି ଯାତ୍ରା । ମାହିରୁ ମହେନ୍ଦ୍ର ସିଂ ଧୋନୀଙ୍କ ସଫଳ ଯାତ୍ରା । 1981 ମସିହା ଆଜିର ଦିନରେ ଝାଡଖଣ୍ଡର ପାନ ସିଂ ଧୋନି ଓ ଦେବକୀ ଦେବୀଙ୍କ କୋଳରେ ଜନ୍ମ ହୋଇଥିଲେ ଧୋନି । ଏକ ମଧ୍ୟବିତ ପରିବାରରେ ଏହି କ୍ରିକେଟରଙ୍କ ଜନ୍ମ । ସ୍ବପ୍ନ ପୂରା କରିବାକୁ ଧୋନିଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡିଛି । 2011ରେ ଭାରତକୁ ବିଶ୍ବ କପ ଜିତାଇବାରେ ଧୋନୀଙ୍କ ଅବଦାନ ଥିବା ଅତୁଳନୀୟ । ଧୋନି ପିଲାଟି ବେଳୁ ଶାନ୍ତ ନମ୍ର ଥିଲେ ।

ଗୋଲକିପରରୁ ୱିକେଟ କିପରର ଯାତ୍ରା...

କେବେ ପଛକୁ ଫେରି ଚାହିଁ ନଥିବା ମାହି ସ୍କୁଲ ଟିମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଫୁଟବଲ ଗୋଲ କିପର କେତେବେଳେ ଯେ ଶ୍ରେଷ୍ଠ ୱିକେଟ କିପର ହୋଇଗଲେ ତାହା କେବଳ ସେ ହିଁ ଜାଣିଛନ୍ତି । ଏଚ-122 କ୍ବାର୍ଟରେ ପରିବାର ସହିତ ରହୁଥିଲେ ଧୋନି । ଏହା ପରେ ସେ ଇ-25 କ୍ବାର୍ଟରକୁ ଯାଇଥିଲେ । ସେଠାରେ ହିଁ ତାଙ୍କ କ୍ରିକେଟର କ୍ୟାରିୟର ଆରମ୍ଭ ହୋଇଥିଲା । ସ୍କୁଲ କୋଚଙ୍କ ନଜରରେ ପଡିଥିଲେ ଧୋନୀ । ତାଙ୍କୁ ଫୁଟବଲ ଟିମରେ ଗୋଲକିପର ପାଇଁ ଅଭ୍ୟାସ କରିବାକୁ କହିଥିଲେ। ସମୟ ଗଡିଚାଲେ ତା ସହ ତାଳ ଦେଇ ଧିରେ ଧିରେ କିପଙ୍ଗ ପାଇଁ ଅଭ୍ୟାସ କରିବାକୁ ଲାଗିଲେ । ପରେ ବ୍ୟାଟିଂ ପ୍ରତି ମନ ବଳାଇଥିଲେ ମାହି । ସ୍କୁଲ କ୍ରିକେଟ ମ୍ୟାଚରେ ଦୁଇ ଶତକ ଓ 18 ବର୍ଷରେ ରଣଜୀ ମ୍ୟଚ ଖେଳିଥିଲେ ମାହି।

କ୍ରିକେଟ କ୍ୟାରିୟର...

କ୍ରିକେଟ ପ୍ରଶଂସକଙ୍କ ପାଇଁ ଧୋନି ଭଗବାନଙ୍କଠୁ କମ ନୁହନ୍ତି । ଅବସର ନେବା ପରେ ମଧ୍ୟ ସମସ୍ତଙ୍କ ପ୍ରିୟ ରହିଛନ୍ତି କ୍ୟାପ୍ଚଟେନ କୁଲ । ଝାଡଖଣ୍ଡର ଗଳି କନ୍ଦିରେ ଖେଳି ସାରିଥିବା ଏମଏସ ଧୋନି 23 ଡିସେମ୍ବର 2004ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ପାଦ ଥାପିଥିଲେ । 2004ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । 2006 ଡିସେମ୍ବର 1ରେ ଟି-20ରେ ପ୍ରଥମ ମ୍ୟାଚ ଖେଳିଥିଲେ । କ୍ରିକେଟରେ ଯେତେ ଯେତେ ସଫଳ ହେଲେ ତାଙ୍କ କ୍ୟାରିୟର ଗ୍ରାଫ ସେତେ ଉପରକୁ ଉଠିବାକୁ ଲାଗିଲା । ଏହା ପରେ ମାହି ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସ୍କୁଲ ସମୟରୁ ହିଁ ଜିତିବା ତାଙ୍କ ଲକ୍ଷ୍ୟ ଥିଲା । ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ମାହିଙ୍କ ଲକ୍ଷ୍ୟ ହୋଇଗଲା ଓ ତାଙ୍କ ଭାଗ୍ୟ ମଧ୍ୟ ତାଙ୍କୁ ସାଥ ଦେଲା ।

ରାଞ୍ଚିର ଯୁବରାଜ ମହେନ୍ଦ୍ର ସିଂ ଧୋନୀଙ୍କର ଭାରତୀୟ କ୍ରିକେଟ ଦଳ ପାଇଁ ଅତୁଳନୀୟ ଅବଦାନ ଥିଲା । ସେ ସବୁ ପରିସ୍ଥିତିକୁ ଖୁବ ସୁନ୍ଦର ଭାବେ ସାମ୍ନା କରନ୍ତି ସେଥିପାଇଁ ତ ସେ ସମସ୍ତଙ୍କ ପ୍ରିୟ । ଦୁନିଆରେ ଧୋନି ଜଣେ ସଫଳ ଅଧିନାୟକ ଯିଏକି 3ଟି ଆଇସିସି ଟ୍ରଫି ଜିତିଛନ୍ତି । 2007 ଟି-ଟ୍ବେଣ୍ଟି ବିଶ୍ବକପ, 2011 ଦିନିକିଆ ବିଶ୍ବକପ ଓ 2011 ଚମ୍ପିଆନ ଟ୍ରଫି ସାମିଲ ଅଛି । ଟେଷ୍ଟ ମ୍ୟାଚରେ ଧୋନି ଭାରତୀୟ ଦଳକୁ ଏକ ନମ୍ବର କରିପାରିଛନ୍ତି । ଧୋନି ବାହିନୀ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ନଭେମ୍ବର 2009 ରେ ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା । ଏହା ପରେ, ଅଗଷ୍ଟ 2011 ପର୍ଯ୍ୟନ୍ତ, ଭାରତୀୟ ଦଳ ଟେଷ୍ଟରେ ଏକ ନମ୍ବର ସ୍ଥାନ ହାସଲ କଲା ।

ପଡ଼ିଆରେ ଧୋନିଙ୍କ ହେଲିକପ୍ଟର ସଟ ସବୁଠାରୁ ପ୍ରସିଦ୍ଧ ହୋଇଥିଲା । ଏହି ସଟ୍ ମାଧ୍ୟମରେ ସେ ଏହି ଅନେକ ବଲକୁ ଗ୍ରାଉଣ୍ଡ ବାହାରକୁ ପଠାଇଛନ୍ତି । 2004ରେ ପ୍ରଥମ ଥର ପାଇଁ କେନିଆ ଗସ୍ତରେ ଧୋନିଙ୍କୁ ସ୍ଥାନ ମିଳିଥିଲା । ଏଥିରେ ଦମଦାର ପ୍ରଦର୍ଶନ କରିିଥିଲେ ମାହି । ଜର୍ସି ନମ୍ବର 7 ଜନ୍ମ ମାସ ବି ମାସ ଆଉ ତାରିଖ ବି 7 । ଧୋନିଙ୍କ ନେତୃତ୍ବରେ ଦଳ ଯେଉଁ ସଫଳତା ହାସଲ କରିଛି ତାହା ଇତିହାସ । 2011 ବିଶ୍ବକପ ତାର ଉଦାହରଣ । ଫିନ୍ସିଂ ସଟରେ ଶ୍ରୀଲଙ୍କାକୁ ହରାଇ ବିଶ୍ବ ବିଜେତା ହୋଇଥିଲା ଟିମ ଇଣ୍ଡିଆ । ସେ ଏହି ସଟକୁ ତାଙ୍କ ରାଞ୍ଚି ବନ୍ଧୁ ସନ୍ତୋଷ ଲାଲଙ୍କଠାରୁ ଶିଖିଥିଲେ । ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ବ୍ୟାଟିଂ ସହିତ ଧୋନି ୱିକେଟ୍ ପଛରେ ଷ୍ଟମ୍ପି କରିବାରେ ମଧ୍ୟ ମାହିର । ତାଙ୍କ ଆଖିରୁ ୱିକେଟ ଖସିବା ଅସମ୍ଭବ । ସେ 538 ଆନ୍ତର୍ଜାତୀୟ ମ୍ୟାଚରେ 195 ଷ୍ଟମ୍ପିଂ କରିଛନ୍ତି ।

ABOUT THE AUTHOR

...view details