ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଷ୍ଟାର ବୋଲର ଭେଙ୍କଟେଶ ପ୍ରସାଦ ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଟେଷ୍ଟ ଟିମରେ ଶୁଭମନ ଗିଲଙ୍କ ଚୟନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । କ୍ରିକେଟର ଏହି ଲମ୍ବା ଫର୍ମାଟ୍ରେ ଗିଲ୍ଙ୍କୁ ବାରମ୍ବାର ସୁଯୋଗ ଦିଆଯିବାକୁ ପକ୍ଷପାତିତା ବୋଲି କହିଛନ୍ତି ଭେଙ୍କଟେଶ । କ୍ରମାଗତ ଭାବେ ଟେଷ୍ଟ୍ କ୍ରିକେଟ୍ରେ ଗିଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ସୁଯୋଗ ମିଳିବା ପକ୍ଷପାତିତା । ଏନେଇ ପୂର୍ବତନ କ୍ରିକେଟର୍ ମାନେ କଣ ପାଇଁ ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଯୁବ ବ୍ୟାଟର ଶୁଭମନ ଗିଲ ୨୦୧୯ରେ ଭାରତୀୟ ଟେଷ୍ଟ୍ ଟିମ୍ ପାଇଁ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୧୭ଟି ମ୍ୟାଚ୍ରେ ୩୧ଟି ଖେଳିଥିବା ବେଳେ ମାତ୍ର ୩୧.୯୬ ହାରରେ ୯୨୭ ରନ କରିଛନ୍ତି । ଏଥିରେ ଦୁଇଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପଟେ ବର୍ତ୍ତମାନ ୱେଷ୍ଟ୍ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଶେଷ ତିନି ଇନିଂସରେ ଗିଲ୍ ମାତ୍ର ୩୭ ରନ କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭେଙ୍କଟେଶ । ଭାରତ ପାଇଁ ୩୩ ଟେଷ୍ଟ ମ୍ୟାଚ୍ ଏବଂ ୧୬୧ ଦିନିକିଆ ଖେଳିଥିବା ଏହି ପୂର୍ବତନ କ୍ରିକେଟର୍ ରବିବାର ଗିଲ୍ଙ୍କ ପାଇଁ ବିସିସିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ପୂର୍ବତନ କ୍ରିକେଟରମାନେ କାହିଁକି ଚୁପ୍ ଅଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଭେଙ୍କଟେଶ ।
ଏହା ମଧ୍ୟ ପଢ଼ନ୍ତୁ...ବୁମରାଙ୍କୁ ମିସ୍ କରୁଛି ଟିମ୍ ଇଣ୍ଡିଆ, ଏମିତି କହିଲେ ବୋଲିଂ କୋଚ୍