ଓଡିଶା

odisha

ETV Bharat / sports

ଅଲମ୍ପିକ୍ସରେ ଯୋଗ ଦେଇଥିବା ଖେଳାଳିଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା - ଭାରତୀୟ ଅଲମ୍ପିଆନଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା

ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଅଲମ୍ପିଆନଙ୍କୁ ଶୁଭକାମନା ଜଣାଇଲେ ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ବା ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଶିବ ସୁନ୍ଦର ଦାସ । ଅଧିକ ପଢ଼ନ୍ତୁ...

ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା କ୍ରୀଡ଼ାବିତଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା
ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା କ୍ରୀଡ଼ାବିତଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା

By

Published : Jul 21, 2021, 7:49 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଅଲମ୍ପିଆନଙ୍କୁ ଶୁଭକାମନା ଜଣାଇଲେ ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ବା ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଶିବ ସୁନ୍ଦର ଦାଶ । ଏକ ଭିଡିଓ ସୋସିଆଲ ମଡିଆରେ ସେୟାର କରି ଶିବ ସୁନ୍ଦର ଦାଶ ଏହି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଭିଡିଓକୁ ସେୟାର କରାଯାଇଛି ।

ଭିଡିଓ ସେୟାର କରି ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ଶିବ ସୁନ୍ଦର ଦାଶ କହିଛନ୍ତି, "ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ କ୍ରିଡ଼ାବିତଙ୍କ ପାଇଁ ଆଜି ରାଜ୍ୟ ଗର୍ବିତ । ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆଶା କରୁଛି ସେମାନେ ପଦକ ଜିତି ଭାରତକୁ ଗୌବନ୍ବିତ କରିବେ ।"

ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ ଓ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଶିବ ସୁନ୍ଦର ଦାସ । ଟେଷ୍ଟ କ୍ୟାରିଅରରେ ସେ ୧୩୨୬ ରନ କରିଥିବା ବେଳେ ଦିନିକିଆରେ କେବଳ ୩୯ ରନ କରି ପାରିଛନ୍ତି । ଟେଷ୍ଟ କ୍ୟାରିଅରରେ ସେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି । ୨୦୦୨ ମସିହାରେ ସେ ଶେଷ ଥର ପାଇଁ ଭାରତ ପକ୍ଷରୁ କ୍ରିକେଟ ଖେଳିଥିଲେ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ଦାୟିତ୍ବରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details