ଓଡିଶା

odisha

ETV Bharat / sports

ପରଲୋକରେ ପାର୍ଥିବ ପଟେଲଙ୍କ ପିତା - ପାର୍ଥିବ ପଟେଲଙ୍କ ପିତାଙ୍କ ଦେହାନ୍ତ

ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

Former Indian cricketer Parthiv Patel's father passes away
ପାର୍ଥୀବ ପଟେଲଙ୍କ ପିତାଙ୍କ ଦେହାନ୍ତ

By

Published : Sep 26, 2021, 4:56 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ । ବାପାଙ୍କ ଦେହାନ୍ତ ଖବର ନିଜେ ଟ୍ବିଟ ଯୋଗେ ଜଣାଇଛନ୍ତି ପାର୍ଥିବ । ପାର୍ଥିବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ରବିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୂର୍ବରୁ ବ୍ରେନ ହାମରେଜ୍‌ ପରେ ହୋମଟାଉନ ଅହମ୍ମଦାବାଦର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପାର୍ଥିବ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଇଶ୍ବରରଙ୍କ ନିକଟରେ ବାପାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପାର୍ଥିବଙ୍କ ପିତୃ ବିୟୋଗ ପରେ କ୍ରିକେଟ ଜଗତର ଅନେକ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ପ୍ରଜ୍ଞାନ ଓଝା ଓ ଆରପି ସିଂହଙ୍କ ସମତେ ସମସ୍ତ କ୍ରିକେଟ ଜଗତରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥୀବଙ୍କ ପିତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ।

ପାର୍ଥିବ ଟିମ ଇଣ୍ଡିଆ ପାଇଁ ୩୮ଟି ଟେଷ୍ଟ ୨୫ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଆଇପିଏଲରେ ମଧ୍ୟ ବିଭିନ ଫ୍ରାଞ୍ଜାଇଜ ପଇଁ ଖେଳିଛନ୍ତି ପାର୍ଥିବ । ଚେନ୍ନାଇ ସୁପର କିଙ୍ଗ୍ସ(CSK), ଡେକାନ ଚାଜର୍ସ, କୋଚି ଟସ୍କର୍ସ, ସନରାଇଜର୍ସ ହାଇଦ୍ରାବାଦ(SRH), ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି । ୨୦୧୯ ସଂସ୍କରଣର ଆଇପିଏଲରେ ପାର୍ଥୀବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ପ୍ରମୁଖ ସଦସ୍ୟ ରହିଥିଲେ । ଏହି ସଂସ୍କରଣରେ ସେ RCB ର ତୃତୀୟ ସର୍ବାଧିକ ରନସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଥିଲେ ।

ଅନ୍ୟତମ ସର୍ବକନିଷ୍ଠ କ୍ରିକେଟର ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ମାତ୍ର ୧୭ ବର୍ଷରେ ଟିମ ଇଣ୍ଡିଆ ପାଇଁ ଖେଳିବାର ରେକର୍ଡ ତାଙ୍କ ନାମରେ ରହିଛି । ବର୍ଷ ୨୦୨୦ରେ କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ୟାସ ଘୋଷଣା କରିଥିଲେ । ବର୍ଷ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଟ୍ରେଣ୍ଟବ୍ରିଜରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ସେ । ପାର୍ଥିବ ଟିମ ଇଣ୍ଡିଆ ପାଇଁ ୩୮ଟି ଟେଷ୍ଟ ୨୫ଟି ଅନ୍ତର୍ଜାତୀୟ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details