ଓଡିଶା

odisha

ETV Bharat / sports

Asia Cup 2023 Ind vs Pak: ମ୍ୟାଚ୍‌ ବାତିଲ ପରେ ପାକିସ୍ତାନ ପ୍ରଶଂସକଙ୍କୁ ଏମିତି ଟ୍ରୋଲ କଲେ ଇର୍ଫାନ ପଠାନ - ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ରଦ୍ଦ

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ରଦ୍ଦ ହେବାପରେ ପାକିସ୍ତାନ ପ୍ରଶଂସକଙ୍କୁ ଟ୍ରୋଲ କଲେ ଇର୍ଫାନ ପଠାନ । 'ପଡ଼ୋଶୀଙ୍କ ଟିଭି ବଞ୍ଚିଗଲା' ଲେଖି ଏକ୍ସରେ ଟ୍ରୋଲ କଲେ ପୂର୍ବତନ କ୍ରିକେଟର । ଅଧିକ ପଢ଼ନ୍ତୁ

ପାକିସ୍ତାନ ପ୍ରଶଂସକଙ୍କୁ ଟ୍ରୋଲ କଲେ ଇର୍ଫାନ
ପାକିସ୍ତାନ ପ୍ରଶଂସକଙ୍କୁ ଟ୍ରୋଲ କଲେ ଇର୍ଫାନ

By ETV Bharat Odisha Team

Published : Sep 3, 2023, 10:29 PM IST

ପାଲ୍ଲେକେଲ: ଦୀର୍ଘ ଦିନରୁ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବା ପାଇଁ ଚାହିଁ ବସିଥିଲେ କ୍ରିକେଟ୍‌ପ୍ରେମୀ । ହେଲେ ସବୁ ଅପେକ୍ଷାକୁ ଧୋଇନେଇଗଲା ବର୍ଷା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲାବେଳେ ବାରମ୍ବାର ବର୍ଷା ବ୍ୟାଘାତ ସୃଷ୍ଟି କରିଥିଲା । ଏହା ସତ୍ତ୍ବେ ଇନିଂସ ସମ୍ପୂର୍ଣ୍ଣ ହୋଇଥିଲା ଓ ସମସ୍ତ ୱିକେଟ୍‌ ହରାଇ ୨୬୬ ରନ୍‌ ସଂଗ୍ରହ କରିଥିଲା ଭାରତ । ହେଲେ ପ୍ରବଳ ବର୍ଷା କାରଣରୁ ଦ୍ବିତୀୟ ଇନିଂସ ଆଦୌ ଆରମ୍ଭ ହୋଇପାରିନଥିଲା । ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା । ତେବେ ପ୍ରଶଂସକଙ୍କ ସବୁ ଆଶା ପାଣିରେ ଧୋଇଯାଇଥିବା ବେଳେ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ପାକିସ୍ତାନୀ କ୍ରିକେଟ ପ୍ରଶଂସକଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି ।

ଇର୍ଫାନ ନିଜ ଏକ୍ସ (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ପାକିସ୍ତାନର କ୍ରିକେଟ ପ୍ରଶଂସକଙ୍କୁ ଟ୍ରୋଲ କରିଛନ୍ତି । ସବୁବେଳେ ଭାରତଠାରୁ ମ୍ୟାଚ୍ ହାରିବା ପରେ ପାକିସ୍ତାନରେ କ୍ରିକେଟ ପ୍ରଶଂସକମାନେ କ୍ରୋଧରେ ନିଜ ଘରର ଟିଭି ଭାଙ୍ଗିଦେଉଥିବାର ଭିଡିଓ ସାମ୍ନାକୁ ଆସେ । ତେଣୁ ଏବର୍ଷ ମ୍ୟାଚ୍ ବାତିଲ୍ ହେବାରୁ ପାକିସ୍ତାନର ଅନେକ ଟିଭି ବଞ୍ଚିଯାଇଥିବା ଲେଖିଛନ୍ତି ଇର୍ଫାନ । ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, "ପଡୋଶୀଙ୍କର ଆଜି ବହୁତ ଟିଭି ବଞ୍ଚିଗଲା ।" ଇର୍ଫାନଙ୍କର ଏହି ପୋଷ୍ଟକୁ ନେଇ ବେଶ ମଜା କରୁଛନ୍ତି ଭାରତୀୟ ପ୍ରଶଂସକ । ଏପରିକି ଏହି ପୋଷ୍ଟରେ ପ୍ରଶଂସକଙ୍କ ମଜାଳିଆ କମେଣ୍ଟ୍ସ ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଏସିଆ କପ୍‌ରେ ଏମିତି, ବିଶ୍ବକପ୍‌ ପାଇଁ କେତେ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ ?

ତେବେ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତର ସମସ୍ତ ୱିକେଟ୍‌ ପାକିସ୍ତାନର ପେସରମାନେ ଅକ୍ତିଆର କରି ନେଇଥିଲେ । କେବଳ ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ପାଳି ବଳରେ ଭାରତ ୨୬୬ ରନ୍‌ ସଂଗ୍ରହ କରିପାରିଥିଲା । ଆରମ୍ଭରୁ ହିଁ ପାକିସ୍ତାନର ପେସରମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଲଗାତାର ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଗୀଦାରୀ ବଳରେ ଭାରତ ୨୬୬ ରନର ଏହି ସମ୍ମାନଜନକ ସ୍କୋର୍‌ କରିପାରିଥିଲା । ହେଲେ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ର ଫଳାଫଳ ବାହାରିପାରିନଥିଲା । ଦ୍ବିତୀୟ ପାଳି ଆରମ୍ଭ ହେବା ପୂର୍ବରୁ ହିଁ ମ୍ୟାଚ୍‌କୁ ରଦ୍ଦ କରିଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details