କୋଲକାତା:ଦ୍ବିତୀୟ ଥର ପାଇଁ ୬୬ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା କ୍ରିକେଟ ଭାଷ୍ୟକାର ଅରୁଣ ଲାଲ । ତାଙ୍କ ଭାବି ପତ୍ନୀଙ୍କ ହେଉଛନ୍ତି ୩୮ ବର୍ଷୀୟ ବୁଲ୍ବୁଲ୍ ଶାହା । ଦୁହିଁଙ୍କ ମଧ୍ୟରେ ୨୮ ବର୍ଷର ପାର୍ଥକ୍ୟ ରହିଛି ।
ବୁଲ୍ବୁଲ୍ ଓ ଅରୁଣ ପୁରୁଣା ବନ୍ଧୁ । ଦୀର୍ଘଦିନ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମେ ୨ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ବାହାଘର କାର୍ଡ ମଧ୍ୟ ଛପା ସରିଛି । ଏକ ମାସ ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ।