ନୂଆଦିଲ୍ଲୀ: ୨୦୨୧-୨୨ ସିଜିନରେ ଓଡ଼ଶା ପାଇଁ କ୍ରିକେଟ ଖେଳିବେ ହଂକଂର ପୂର୍ବତନ ଅଧିନାୟକ । ସେ ହେଉଛନ୍ତ ଓଡ଼ିଆ ଖେଳାଳି ଅଂଶୁମାନ ରଥ । ଅନ୍ତର୍ଜାତୀୟ ସ୍ତରରେ ହଂକଂ ପକ୍ଷରୁ ସେ ୧୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଓଡ଼ିଶା ବଂଶୋଦ୍ଭୋବ ଏହି ଏହି ଖେଳାଳି ଭାରତ ଫେରିବା ପରେ ଏକ ବର୍ଷର ଅବଧି ଶେଷ କରିଛନ୍ତି । ଭାରତରେ କ୍ରିକେଟ ଖେଳିବାକୁ ହେଲେ ତାଙ୍କୁ ଭାରତ ଫେରି ଏକ ବର୍ଷ ଅବଧି ପୂରଣ କରିବା ବାକି ରହିଥିଲା ।
ଏହି ଅବଧି ଶେଷ ହେବାପରେ ବର୍ତ୍ତମାନ ଓଡ଼ିଶାରେ କ୍ରିକେଟ ଖେଳିବାକୁ ଆଗ୍ରହୀ ଓ ଉତ୍ସାହୀ ରହିଛନ୍ତି ଅଂଶୁମାନ ରଥ । ଏହାକୁ ନେଇ ସେ କହିଛନ୍ତି ଯେ, "ମୁଁ ଭୁବନେଶ୍ବରରେ ଜନ୍ମ ଗ୍ରହଣ କରିଥିଲି । ଏଥିପାଇଁ ପ୍ରାଞ୍ଜଳ ଭାବରେ ଓଡ଼ିଆ କହିପାରେ । ଓଡ଼ିଶା ପାଇଁ ଖେଳିବା ନିଷ୍ପତ୍ତି କିଛି ଭୁଲ ନୁହେଁ । ମୁଁ କେବଳ ମୋର କମଫର୍ଟ ଜୋନରୁ ବାହାରି କ୍ରିକେଟ ଖେଳିବାକୁ ଚାହୁଛି । ଏଥିପାଇଁ ଭାରତ ଫେରି ଆସିଛି ।"
ବର୍ତ୍ତମାନ ଅଂଶମାନ ରଥ ଭୁବନେଶ୍ବରର ଆନ୍ତଃ ଜିଲ୍ଲା କ୍ରିକେଟ ମ୍ୟାଚ ଖେଳୁଛନ୍ତି । ଓଡ଼ିଶାରୁ ରଣଜୀ ମ୍ୟାଚ ଖେଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହାସହ ଅଂଶୁମାନ ରଥ ଆଇପିଏଲ ଖେଳିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।