ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜରେ ପରାସ୍ତ ହୋଇଛି ଭାରତ । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ କବଜା କରିଛି ୱେଷ୍ଟଇଣ୍ଡିଜ ଦଳ । ଏହା ସହିତ ୧୭ ବର୍ଷ ପରେ ୱେଷ୍ଟଇଣ୍ଡିଜ ଠାରୁ କୌଣସି ସିରିଜ୍ ହାରିଛି ଟିମ ଇଣ୍ଡିଆ । ତେବେ ୱେଷ୍ଟଇଣ୍ଡିଜ୍ ଠାରୁ ଟି୨୦ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ସେ ଏହି ପରାଜୟ ପାଇଁ ଦାୟୀ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...INDVSWI T20 Series: ପରାଜୟ ପରେ ପାଣ୍ଡ୍ୟା-ଦ୍ରାବିଡଙ୍କ ଉପରେ ପ୍ରଶ୍ନ, ଏମିତି ଦେଲେ ସଫେଇ
ନିଜ 'ଏକ୍ସ' (ପୂର୍ବରୁ ଟ୍ବିଟର୍) ହ୍ୟାଣ୍ଡେଲ୍ରେ ଭେଙ୍କଟେଶ ପ୍ରସାଦ କହିଛନ୍ତି, "କେବଳ ୫୦ ଓଭର କ୍ରିକେଟ୍ ନୁହେଁ, ୱେଷ୍ଟଇଣ୍ଡିଜ୍ ଟିମ୍ ଗତ ଅକ୍ଟୋବର-ନଭେମ୍ବର ମାସରେ ଆସନ୍ତା ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିବାରେ ଅସଫଳ ହୋଇଛି । ଏହା ଦେଖିଲେ ଦୁଃଖ ଲାଗୁଛି, ୱେଷ୍ଟଇଣ୍ଡିଜ ଦଳ ବିରୋଧରେ ଟିମ୍ ଇଣ୍ଡିଆ କେତେ ଖରାପ ପ୍ରଦର୍ଶନ କରିଛି ଏବଂ ପ୍ରତିକ୍ରିୟା ଆଳରେ ଏହାକୁ ଦବାଇ ଦିଆଯାଉଛି ।" ମ୍ୟାଚ୍ ହାରିବାର କାରଣ କହିବାକୁ ଯାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଦେଇଥିବା ପ୍ରତିକ୍ରିୟା ନେଇ କ୍ରିକେଟ୍ ପ୍ରେମୀଙ୍କୁ ଭ୍ରମିତ କରାଯାଉଛି ବୋଲି ଭେଙ୍କଟେଶ କହିଛନ୍ତି ।