ଓଡିଶା

odisha

ETV Bharat / sports

ବିସିସିଆଇ ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ବିୟୋଗ - ଆଇପିଏସ ଅଧିକାରୀ ଅମିତାଭ ଚୌଧୁରୀ

ବିସିସିଆଇର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ତଥା ଝା଼ଡଖଣ୍ଡ କ୍ରିକେଟ ସଂଘର ସଭାପତି ଅମିତାଭ ଚୌଧୁରୀଙ୍କ ଆଜି ସକାଳୁ ହୃଦଘାତରେ ବିୟୋଗ । ଅଧିକ ପଢନ୍ତୁ

ବିସିସିଆଇ ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ବିୟୋଗ
ବିସିସିଆଇ ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ବିୟୋଗ

By

Published : Aug 16, 2022, 7:19 PM IST

ହାଇଦ୍ରାବାଦ: ବିସିସିଆଇର ( Board of Control for Cricket in India ) ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ତଥା ଝା଼ଡଖଣ୍ଡ କ୍ରିକେଟ ସଂଘର(Jharkhand State Cricket Association) ସଭାପତି ଅମିତାଭ ଚୌଧୁରୀଙ୍କ (Amitabh Chaudhary) ବିୟୋଗ । ଆଜି ମଙ୍ଗଳବାର ସକାଳୁ ତାଙ୍କୁ ହଠାତ ହୃଦଘାତ ଆସିବାରୁ ୫୮ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଚୌଧୁରୀ ରାଜ୍ୟ କ୍ରିକେଟର ଉନ୍ନତି ପାଇଁ ବହୁ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ଇଶ୍ବର ଦିବଙ୍ଗତଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦୁଃଖର ମୁହୂର୍ତ୍ତ ସହିବାକୁ ଶକ୍ତି ଦିଅନ୍ତୁ ।"

ଅମିତାଭ ଚୌଧୁରୀ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବରେ ବେଶ ଜଣାଶୁଣା । ଆଇପିଏସ ଅଧିକାରୀ ଅମିତାଭ ଚୌଧୁରୀ ଝା଼ଡଖଣ୍ଡ କ୍ରିକେଟ ସଂଘର ସଭାପତି ଥିବା ସହିତ ଝାଡଖଣ୍ଡ ଲୋକସେବା ଆୟୋଗରେ (Jharkhand Public Service Commission) ଚେୟାରମ୍ୟାନ ମଧ୍ୟ ରହିଥିଲେ । ଆଜି ସକାଳେ ତାଙ୍କୁ ହୃଦଘାତ ଆସିବାରୁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ଦେହାନ୍ତରେ ଝାଡଖଣ୍ଡ ରାଜ୍ୟପାଳଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details