ହାଇଦ୍ରାବାଦ: ଅକାଳରେ ପୂର୍ବତନ ବାଂଲାଦେଶ କ୍ରିକେଟର ମୋଶ୍ରାଫେ ହୋସେନ ରୁବେଲଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଦୁଃଖ ପ୍ରକାଶ କରିଛି । ମୋଶ୍ରାଫେ ହୋସେନ ମାତ୍ର ୫ଟି ଅନ୍ତର୍ଜାତୀୟ ଦନିକିଆ ଖେଳି ୪ଟି ୱିକେଟ ଅକ୍ତିଆର କରିଛନ୍ତି ।
ତେବେ ଘରୋଇ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଥିଲା । ଜାତୀୟସ୍ତରରେ ସେ ସମସ୍ତ ଫର୍ମାଟ୍ରେ ମୋଟ ୫୫୦ ୱିକେଟ ହାସଲ କରିଛନ୍ତି । ଦୀର୍ଘ ଦିନ ହେଲା ବ୍ରେନ କ୍ୟାନ୍ସରରେ ପୀଡ଼ିତ ଥିଲେ ମୋଶ୍ରାଫେ ହୋସେନ । ୨୦୧୯ରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଏହା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଥିଲା ଏବଂ ସେ କେମୋଥେରାପି ନେଇ ଆସୁଥିଲେ ।