ଓଡିଶା

odisha

By

Published : Jun 3, 2021, 5:48 PM IST

ETV Bharat / sports

3ୟ ଇଂଲଣ୍ଡ ଗସ୍ତରେ ବିରାଟ କୋହଲି, ଏଥର ସଫଳତମ ସେନାପତି

ଭାରତୀୟ କ୍ୟାପଟେନ ବିରାଟ କୋହଲି ଗୁରୁବାର ଭାରତର ସଫଳତମ ଟେଷ୍ଟ କ୍ୟାପଟେନ ଓ ବିଶ୍ବ ଟେଷ୍ଟ କ୍ରିକେଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ 3ୟ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ଅଧିକ ପଢନ୍ତୁ...

Fitter, successful Kohli embarks on third Test tour of England
3ୟ ଇଂଲଣ୍ଡ ଗସ୍ତରେ ବିରାଟ କୋହଲି, ଏଥର ସଫଳତମ ସେନାପତି

ନୂଆଦିଲ୍ଲୀ:ପ୍ରଥମ ଇଂଲଣ୍ଡ ଗସ୍ତରେ ଜବରଦସ୍ତ ଝଟକା, ବିଫଳତା ପରେ ଦ୍ବିତୀୟ ଗସ୍ତରେ ବ୍ୟକ୍ତିଗତ ସଫଳତା ମାତ୍ର ବିପର୍ଯ୍ୟୟ ଓ ସମାଲୋଚନାର ଶିକାର ହୁଏ ଟିମ । ତେବେ ବଦଳଛି ସମୟ, ବଦଳିଛି ବିଶ୍ବ କ୍ରିକେଟରେ ବିରାଟଙ୍କ ପରିଚୟ । ଗୁରୁବାର ତୃତୀୟ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି । ମାତ୍ର ଏଥର ଭାରତର ସଫଳତମ ଟେଷ୍ଟ କ୍ୟାପଟେନ ଓ ବିଶ୍ବ ଟେଷ୍ଟ କ୍ରିକେଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ମିଳିସାରିଛି ।

2014ରେ ପ୍ରଥମ ଇଂଲଣ୍ଡ ଗସ୍ତରେ ସୁଇଂ ବୋଲିଂ ବିପକ୍ଷରେ ସଂଘର୍ଷ କରିବା ସହ ବିଫଳ ହୋଇଥିଲେ ବିରାଟ ।

କୋହଲି 2014 ଇଂଲଣ୍ଡ ଗସ୍ତରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ଓ 10ଟି ଇଂନିସରୁ ନୈରାଶଜନକ 13.4 ଆଭରେଜରେ ମାତ୍ର 134 ରନ ସଂଗ୍ରହ କରିପାରିଥିଲେ ।

ଏହାର 4ବର୍ଷ ପରେ ଅଧିକ ସଂପୂର୍ଣ୍ଣ ଓ ସଫଳ ବ୍ୟାଟ୍ସମ୍ୟାନ ଭାବେ ଇଂଲଣ୍ଡ ଗସ୍ତ କରିଥିଲେ । ବିରାଟଙ୍କ ବ୍ୟାଟରୁ ସେହି ଗସ୍ତରେ ରନ ବର୍ଷା ହୋଇଥିଲା । ମୋଟ 10ଟି ଇଂନିସରେ 59.3 ଆଭରେଜରେ 593 ରନ ସଂଗ୍ରହ କରିଥିଲେ । ମାତ୍ର ଭାରତୀୟ ଟିମ 1-4ରେ ଇଂଲଣ୍ଡ ଠାରୁ ସିରିଜ ହାରିଥିଲା ।

ଗୁରୁବାର କୋହଲି ଟିମ ସହ ଇଂଲଣ୍ଡରେ ପହଞ୍ଚିଛନ୍ତି ।

32 ବର୍ଷୀୟ କୋହଲି 60ଟି ଟେଷ୍ଟରେ ଟିମ ଇଣ୍ଡିଆର ନେତୃତ୍ବ ନେଇଛନ୍ତି ଓ ସେଥିମଧ୍ୟରୁ 36ରେ ବିଜୟ ମିଳିଛି । ଫଳରେ ଜଣେ ଭାରତୀୟ କ୍ୟାପଟେନ ଭାବେ ଟେଷ୍ଟ ମ୍ୟାଚ ବିଜୟର ସଂଖ୍ୟାରେ ବିରାଟଙ୍କ ନାମରେ ସର୍ବାଧିକ ବିଜୟ ରହିଛି ।

ଭାରତ ଛାଡିବା ପୂର୍ବରୁ କୋଚ ରବି ଶାସ୍ତ୍ରୀ ଓ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ରଣନୀତି ନେଇ ମତ ରଖିଥିଲେ । 2014 ଗସ୍ତରେ କୋହଲି ଓ ବର୍ତ୍ତମାନର କୋହଲିଙ୍କ ମଧ୍ୟରେ ଅନେକ ଭିନ୍ନତା ରହିଛି । ସେ ବର୍ତ୍ତମାନ ଟିମର କ୍ୟାପଟେନ ଓ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କହିଛନ୍ତି କୋଚ୍‌ ଶାସ୍ତ୍ରୀ ।

ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ବିଜୟ ଓ ଘରୋଇ ମାଟିରେ ଇଂଲଣ୍ଡକୁ ହରାଇବା ପରେ ବିଜୟଧାରା ବଜାୟ ଲକ୍ଷ୍ୟରେ ଦୃଢ ଆତ୍ମବିଶ୍ବାସରେ ରହିଛି ବିରାଟବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details