ହାଇଦ୍ରାବାଦ:ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ କେତେବେଳେ ଯୁବରାଜ ସିଂହ ମହଙ୍ଗା ପଡୁଛନ୍ତି ତ ଆଉ କେତେବେଳେ ଜଶପ୍ରିତ ବୁମରା । ବ୍ରଡଙ୍କ ବିପକ୍ଷରେ ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଟି ଛକା ମାରି ୩୬ ରନ ସଂଗ୍ରହ କରିଥିଲେ । ତେବେ ଯୁବରାଜ ଟି-20ରେ 6ଟି ବଲରେ 6 ଛକା ସହିତ 36 ରନ ସ୍କୋର କରିଥିଲେ । ତେବେ ଆଜି (ଶନିବାର) ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି ଜଶପ୍ରତ ବୁମରା । ବୁମରା ବ୍ରଡଙ୍କ ବିପକ୍ଷରେ ବ୍ୟାଟିଂ କରି ଗୋଟିଏ ଓଭରରେ ୩୫ ରନ ସଂଗ୍ରହ କରିଛନ୍ତି ।
ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ଆଜି ଦ୍ବିତୀୟ ଦିନ । ଏହି ମ୍ୟାଚରେ ଜାଡେଜା ଏବଂ ପନ୍ତ ଶତକ ହାସଲ କରିଥିବା ବେଳେ ଶେଷ ଓଭରରେ ଅଧିନାୟକ ବୁମରା ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପେସ୍ ବୋଲର ବୁମରା ୧୦ ନମ୍ବର ବ୍ୟାଟିଂ ଅର୍ଡର ଲାଇନରେ କ୍ରିଜକୁ ଆସି କମାଲ କରିଛନ୍ତି । ଗୋଟିଏ ଓଭରରେ ବୁମରା ୩୫ ରନ ସଂଗ୍ରହ କରି ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।