ଓଡିଶା

odisha

By

Published : Jun 12, 2021, 8:55 PM IST

ETV Bharat / sports

ରିହାନ ରିଚାର୍ଡସ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନୂଆ ସଭାପତି

ରିହାନ ରିଚାର୍ଡସ ଓ ଡନଭନ ମେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନୂଆ ସଭାପତି ଓ ଉପ-ସଭାପତି ନିର୍ବାଚିତ । ଅଧିକ ପଢନ୍ତୁ...

Finally, Cricket South Africa has a president
ରିହାନ ରିଚାର୍ଡସ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନୂଆ ସଭାପତି

ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ଶେଷରେ ମିଳିଲେ ସଭାପତି ଓ ଉପ-ସଭାପତି । ରିହାନ ରିଚାର୍ଡସ ଓ ଡନଭନ ମେ ସର୍ବସହମତିରେ ସଭାପତି ଓ ଉପ-ସଭାପତି ନିର୍ବାଚିତ ହୋଇଛନ୍ତି । ଶନିବାର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ।

ଷ୍ଟିଭେନ ବୁଦଲେନ୍ଦର ଏସସି, ଆଣ୍ଡ୍ରିୟୁ ହୁଟସନ, ଦଗମୋର ଲୁସବା, ଲୱସନ ନାଇଦୋ, ଆଣ୍ଡିସା ନସୁବେନ, ମାର୍କ ରେନର ଓ ମୁଦିତାମ୍ବି ରେଭଲଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବା CSA ଘୋଷଣା କରିଛି ।

ଏଥିସହ 8ଜଣ ଅଣସ୍ବାଧୀନ ନିର୍ଦ୍ଦେଶକ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ନୂତନ CSA ବୋର୍ଡ ବାର୍ଷିକ ବୈଠକ ପାଇଁ ଯୋଜନା କରୁଛି । ନବନିର୍ବାଚିତ ବୋର୍ଡ ସଦସ୍ୟ ଦେଶର କ୍ରିକେଟ ପରିଚାଳନାରେ ସେବାରେ ନିଷ୍ଠାର ସହ ନିୟୋଜିତ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି ସଭାପତି ରିହାନ ରିଚାର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details