ଆବୁଧାବି:ନଭେମ୍ବର 19ରୁ ଆରମ୍ଭ ହେବ ଆବୁଧାବି ଟି10 ଲିଗର ପଞ୍ଚମ ସଂସ୍କରଣ । ଫଟାଫଟ କ୍ରିକେଟର ଏହି ଅନ୍ୟତମ ରୋମାଞ୍ଚକର ଲିଗ୍ ନଭେମ୍ବର 19ରୁ ଡିସେମ୍ବର 2 ପର୍ଯ୍ୟନ୍ତ ଖେଳାଯିବ । ଏନେଇ ଗୁରୁବାର ଟୁର୍ଣ୍ଣାମେଣ୍ଟର ଆୟୋଜକ ଘୋଷଣା କରିଛନ୍ତି ।
ସଂଯୋଗବଶତଃ ୟୁଏଇର 50ତମ ନ୍ୟାସନାଲ ଦିବସରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । 2021 ଆବୁଧାବି ଟି10 ଲିଗ୍ ଗତ ସଂସ୍କରଣରେ 10 ଦିନ ଖେଳାଯାଇଥିଲା । ମାତ୍ର ଚଳିତ ଥର 90 ମିନିଟ ଧରି ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ପ୍ରାୟ 15 ଦିନ ଖେଳାଯିବ ।