ଓଡିଶା

odisha

ETV Bharat / sports

T20 World Cup: ଭାରତୀୟ ସ୍କ୍ବାଡ୍‌ରେ ରାହୁଲ ଓ ପନ୍ତ, ବୋର୍ଡ ଉପରେ ବର୍ଷିଲେ ଫ୍ୟାନ୍ସ

ଆଗାମୀ ଟି-୨୦ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ସଞ୍ଜୁ ସାମସନଙ୍କୁ ସ୍କ୍ବାଡ୍‌ରେ ସ୍ଥାନ ନ ମିଳିବା ନେଇ ଫ୍ୟାନ୍ସଙ୍କ ରୋଷର ଶିକାର ବୋର୍ଡ । ଅଧିକ ପଢନ୍ତୁ

By

Published : Sep 13, 2022, 12:24 PM IST

ବିଶ୍ବକପ ପାଇଁ ରାହୁଲ ଓ ପନ୍ତଙ୍କୁ ଅଯୋଗ୍ୟ କହିଲେ କ୍ରିକେଟ ପ୍ରେମୀ, ବିସିସିଆଇ ଉପରେ ବର୍ଷିଲେ
ବିଶ୍ବକପ ପାଇଁ ରାହୁଲ ଓ ପନ୍ତଙ୍କୁ ଅଯୋଗ୍ୟ କହିଲେ କ୍ରିକେଟ ପ୍ରେମୀ, ବିସିସିଆଇ ଉପରେ ବର୍ଷିଲେ

ହାଇଦ୍ରାବାଦ: ଆଗାମୀ ଟି-୨୦ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଏଥିସହ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ମଧ୍ୟ ଟି-୨୦ ସ୍କ୍ବାଡ୍‌ ଘୋଷଣା ହୋଇଛି । ତେବେ ସ୍କ୍ବାଡ ଘୋଷଣା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ । ସ୍କ୍ବାଡ ଘୋଷଣା ହେବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ବିସିସିଆଇ ବୟ କଟ ଟ୍ରେଣ୍ଡିଂ । ସ୍କ୍ବାଡରେ ସାମିଲ କରାଯାଇଥିବା ଦୁଇ କ୍ରିକେଟର ଲୋକେଶ ରାହୁଲ ( KL Rahul ) ଏବଂ ଋଷଭ ପନ୍ତଙ୍କ ଫର୍ମ ( Rishabh Pant ) ଭଲ ନଥିବାରୁ ବିଶ୍ବକପ ପାଇଁ ଉପଯୁକ୍ତ ନୁହଣନ୍ତି କହିବା ସହିତ ସଞ୍ଜୁ ସାମସନ ( Sanju Samson ) ବିଶ୍ବକପ ଟିମରେ ଖେଳିବା ପାଇଁ ଉପଯୁକ୍ତ ବୋଲି ମତ ରଖିବାସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଟି-୨୦ ସ୍କ୍ବାଡକୁ ନେଇ କ୍ରିକେଟ ପ୍ରେମୀଙ୍କ ପାଖରେ ଦେଖାଦେଇଛି ଅସନ୍ତୋଷ ଭାବନା । ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବରରୁ ଖେଳାଯିବ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ତେବେ ଖେଳାଳି ଚୟନକୁ ନେଇ ଅନେକ ମତ ସାମ୍ନାକୁ ଆସିଛି । ପନ୍ତଙ୍କୁ ଟି-୨୦ ବିଶ୍ବକପରେ ଖେଳିବା ପାଇଁ ଭରଷାଯୋଗ୍ୟ ନୁହଁନ୍ତି ବୋଲି ଅନେକ କହିଛନ୍ତି । ଏହା ସହିତ ସେ ଯୁବ କ୍ରିକେଟର ସଞ୍ଜୁ ସାମସନକୁ ବିଶ୍ବକପ ଟିମରେ କାହିଁ ସ୍ଥାନ ମିଲିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଇଣ୍ଟରନେଟ ବ୍ୟବହାରକାରୀ ସଞ୍ଜୁ ସାମସନକୁ ବିଶ୍ବକପ ପାଇଁ ମୁଖ୍ୟ ଦାବିଦାର କହିଛନ୍ତି । ଏସିଆ କପରେ ରାହୁଲ ଏବଂ ଋଷଭଙ୍କ ପ୍ରଦଶର୍ନକୁ ଆକ୍ଷେପ କରିଛନ୍ତି କ୍ରିକେଟ ପ୍ରେମୀ ।

ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍‌

ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ୍‌ କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ

ଷ୍ଟାଣ୍ଡବାଏ ଖେଳାଳି: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

ABOUT THE AUTHOR

...view details