ମୁମ୍ବାଇ: ନିଜର ପୁରୁଣା ଅନ୍ଦାଜ ସହ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏହି ଟିମ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍ ସଂଗ୍ରହ କରିଛି । ଫଳରେ ପଞ୍ଜାବ ସାମ୍ନାରେ ୨୦୬ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।
IPL 2022: ଡୁପ୍ଲେସିସଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋର ୨୦୫/୨ - ଆଇପିଏଲ ୨୦୨୨ ନ୍ୟୁଜ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍ ସଂଗ୍ରହ କରିଛି । ଫଳରେ ପଞ୍ଜାବ ସାମ୍ନାରେ ୨୦୬ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ
![IPL 2022: ଡୁପ୍ଲେସିସଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋର ୨୦୫/୨ IPL matFaf du Plessis star as Royal Challengers Bangalore pass two hundred against pbksch report](https://etvbharatimages.akamaized.net/etvbharat/prod-images/768-512-14851908-thumbnail-3x2-rcb.jpg)
IPL 2022: ଡୁପ୍ଲେସିସଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋର ୨୦୫/୨
RCB ପକ୍ଷରୁ ଏହି ସଂସ୍କରଣରେ ନୂଆ ନେତୃତ୍ବଭାର ସମ୍ଭାଳିଥିବା ଫାଫ ଡୁପ୍ଲେସିସ ଟିମର ବ୍ୟାଟିଂ ଷ୍ଟାର୍ ରହିଛନ୍ତି । ୫୭ ବଲ୍ରୁ ୩ଟି ଚୌକା ଓ ୭ଟି ବିଶାଳ ଛକା ସହାୟତାରେ ୮୮ ରନ୍ର ମାରାଥନ ଇଂନିସ ଖେଳିଛନ୍ତି ଡୁପ୍ଲେସିସ । ବିରାଟ କୋହଲି ଧୈର୍ଯ୍ୟପୂର୍ଣ୍ଣ ୪୧ ଓ ଦିନେଶ କାର୍ତ୍ତିକ ଦ୍ରୁତ ୩୨ ରନ୍ର ଇଂନିସ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ