ଓଡିଶା

odisha

ବିଶ୍ବକପ ଜିତିବାକୁ ହେଲେ ବିଶେଷ ରଣନୀତି ଆବଶ୍ୟକ, କହିଲେ ବିଶେଷଜ୍ଞ

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି20 ସିରିଜରେ ଭାରତ ୨-୧ ରେ ସିରିଜ କବଜା କରିଛି । ଏହି ସିରିଜରୁ ଭାରତକୁ ବହୁତ କିଛି ଶିଖିବାର ଅଛି । ତେବେ ଯାଇ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିବା ସହିତ ଟି20 ବିଶ୍ବକପ ହାତେଇ ବୋଲି କ୍ରିକେଟ ବିଶେଷଜ୍ଞ ମାନେ କହିଛନ୍ତି । ଅଧିକ ପଢନ୍ତୁ

By

Published : Sep 26, 2022, 11:01 PM IST

Published : Sep 26, 2022, 11:01 PM IST

ବିଶ୍ବକପ ଜିତିବାକୁ ବିଶେଷଜ୍ଞ କହିଲେ ଏହି ସବୁ ରଣନୀତି
ବିଶ୍ବକପ ଜିତିବାକୁ ବିଶେଷଜ୍ଞ କହିଲେ ଏହି ସବୁ ରଣନୀତି

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ( India vs Australia T20 Series ) ତିନୋଟି ଟି20 ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ ରେ ସିରିଜ କବଜା କରିଛି । ହେଲେ ଏହା ପୂର୍ବରୁ ଭାରତ ଏସିଆ କପରେ ଖରାପ ପ୍ରଦର୍ଶନ ପାଇଁ ଫାଇନାଲ ମ୍ୟାଚ ଖେଳିବାରେ ବିଫଳ ରହିଥିଲା । ଆଗକୁ ବିଶ୍ବକପ ହାତେଇବା ( ICC Mens T20 World Cup 2022 ) ପାଇଁ ଏହି ବିଜୟ ଏବଂ ପରାଜୟରୁ ଭାରତ କିଛି ଶିଖିବା ଦରକାର ବୋଲି କ୍ରିକେଟ ବିଶେଷଜ୍ଞ ମାନେ କହିଛନ୍ତି । ସେପଟେ ଆସନ୍ତା ୨୮ ତାରିଖରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି20 ସିରିଜ (India vs South Africa T20 Series) ଏବଂ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ।

ଅଷ୍ଟ୍ରେଲିଆ ଟି20 ସିରିଜରେ ଭାରତ ପ୍ରଥମ ଟି20 ରେ ୨୦୮ ରନର ବିଶାଳ ଟାର୍ଗେଟ ଦେବା ପରେ ଅଷ୍ଟ୍ରେଲିଆ ଠାରୁ ୪ ୱିକେଟରେ ପରାସ୍ତ ହୋଇଥିଲା । ପରବର୍ତ୍ତୀ ଦୁଇଟି ଟି20ରେ ଭାରତ ଦଳର ସ୍ଥିତି ମଜବୁତ କରିବା ସହିତ କ୍ରମାଗତ ବିଜୟ ଫଳରେ ସିରିଜ ହାତେଇବାରେ ସଫଳ ରହିଥିଲା । ଏହି ସିରିଜରୁ ଭାରତକୁ ବହୁତ କିଛି ଶିଖିବାର ଅଛି । ତେବେ ଯାଇ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିବା ସହିତ ଟି20 ବିଶ୍ବକପ ହାତେଇବା ପାଇଁ ସଫଳ ରହିବ ବୋଲି କ୍ରିକେଟ ବିଶେଷଜ୍ଞ ମାନେ କହିଛନ୍ତି ।

ଚୂଡାନ୍ତ ଏକାଦଶକୁ ଗୁରୁତ୍ବ

ଟି20 ବିଶ୍ବକପ ସ୍କ୍ବାଡ ଘୋଷଣା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟି20 ସିରିଜ ପାଇଁ ସ୍କ୍ବାଡ ଘୋଷଣା କରାଯାଇଥିଲା । ତେବେ ଯେଉଁ ମାନେ ଟି20 ବିଶ୍ବକପ ଖେଳିବେ ସେମାନଙ୍କୁ ପ୍ରାୟ ଏହି ଦୁଇଟି ସିରିଜରେ ସାମିଲ କରାଯାଇଛି । ତେବେ ଏବାବଦରେ କ୍ରିକେଟ ବିଶେଷଜ୍ଞ କହିଛନ୍ତି ଯେଉଁମାନେ ଟି20 ବିଶ୍ବକପ ଖେଳିବେ ସେମାନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଅନୁମତି ଦିଆଯାଉ । ତେବେ ଚୂଡାନ୍ତ ଏକାଦଶ ମଜବୁତ ହୋଇପାରିବ । ବିଶ୍ବକପ ପୂର୍ବରୁ ଭାରତକୁ ସଠିକ ରଣ କୌଶଳ ମିଳି ପାରିବ ।

ଟି୨୦ ବିଶ୍ବକପ ସ୍କ୍ବାଡ କ୍ରିକେଟରଙ୍କୁ ସୁଯୋଗ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି20 ସିରିଜରେ ସମସ୍ତ ଟି20 ବିଶ୍ବକପ ସ୍କ୍ବାଡକୁ ଖେଳିବା ପାଇଁ ସୁଯୋଗ ଦେବା ଦରକାର । ସେମାନେ ବିଶ୍ବକପ ପୂର୍ବରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବକୁ ସୁଯୋଗ ପାଇଲେ ସେମାନଙ୍କ ଫର୍ମ ଏବଂ ପ୍ରଦର୍ଶନ ବାବଦରେ ଦଳ ଭଲସେ ଅବଗତ ହୋଇପାରିବ । ଏହା ସହିତ ଦଳରେ ଥିବା ଦୋଷ ଦୁର୍ବଳତାକୁ ବିଶ୍ବକପ ପୂର୍ବରୁ ସୁଧାରି ପାରିବ ଭାରତ ।

ବୋଲିଂ ଉପରେ ଅଧିକ ଗୁରୁତ୍ବ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି20 ମ୍ୟାଚରେ ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରି ୨୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ହେଲେ ସେହି ମ୍ୟାଚରେ ବୋଲରଙ୍କ ବେପାରୁଆ ବୋଲିଂ ପାଇଁ ଭାରତ ହାତରୁ ମ୍ୟାଚ ମିସ୍ ହୋଇଥିଲା । ବିଶେଷ କରି ଶେଷ ୫ ଓଭରରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟର ଆଗରେ ପ୍ରବଳ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଭରସାଯୋଗ୍ୟ ସିନିୟର ପେସର ଭୁବନେଶ୍ବର କୁମାର ଏବଂ ହର୍ଷଲ ପଟେଲ, ୟୁଜିବେନ୍ଦ୍ର ଚହଲ ପ୍ରବଳ ରନ ବ୍ୟୟ କରିଥିଲେ । ଯେଉଁ କାରଣରୁ ଅଷ୍ଟ୍ରେଲିଆ ସହଜରେ ଟାର୍ଗେଟ ହାସଲ କରି ୪ ୱିକେଟରେ ମ୍ୟାଚ ଜିତି ନେଇଥିଲା । ସେଦନର ମ୍ୟାଚରେ ବୋଲିଂ ଦୁର୍ବଳତା କାରଣରୁ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା । ତେବେ ଅଷ୍ଟ୍ରେଲିଆ ମାଟିରେ ବିଶ୍ବକପ ଖେଳିବା ନେଇ ଭାରତର ବୋଲିଂ ସ୍ଥିତି ସୁଦୃଢ କରିବା ସହିତ ଭିନ୍ନ ରଣ କୌଶଳ ବନେଇବା ନିତାନ୍ତ ଜରୁରୀ ।

ଏହା ବି ପଢନ୍ତୁ...ଆଜିଠୁ ବାଟବାଟୀରେ ଲିଜେଣ୍ଡ୍ସ ଲିଗ କ୍ରିକେଟ, ମୁହାଁମୁହିଁ ହେବେ ହରଭଜନ-ଇରଫାନ

ୱିକେଟ କିପର ବ୍ୟାଟର ପନ୍ତ ଏବଂ କାର୍ତ୍ତିକଙ୍କ ଉପରେ ଭରସା

ଟିମ ଇଣ୍ଡିଆର ଫିନିସର ଭାବରେ ଦିନେଶ କାର୍ତ୍ତିକ ବେଶ ଜଣାଶୁଣା । ସେ ତାଙ୍କର ଏହି ପରିଚୟକୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜରେ ପ୍ରମାଣ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟି20 ନାଗପୁରରେ ଖେଳାଯାଇଥିଲା । ବର୍ଷା କାରଣରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହେବା ସହିତ ୨୦ ଓଭର ପରିବର୍ତ୍ତେ ଏହାକୁ ୮ ଓଭରରେ ଖେଳାଯାଇଥିଲା । ଶେଷ ଓଭରରେ ଦିନେଶ କାର୍ତ୍ତିକ ପ୍ରଥମ ବଲରେ ଛକା ଏବଂ ଦ୍ବିତୀୟ ବଲରେ ଚୌକା ମାରି ଦଳରେ ମ୍ୟାଚ ଜିତାଇଥିଲେ । ଯେଉଁ କାରଣରୁ ତାଙ୍କୁ ଫିନିଶର ଏବଂ ୱିକେଟ କିପର ଭାବରେ ପ୍ରାୟ ମ୍ୟାଚରେ ଦଳରେ ସ୍ଥାନ ଦିଆ ଯାଇପାରିବ । ସେହିପରି ପନ୍ତଙ୍କୁ ଯଦି ଦଳରେ ସ୍ଥାନ ଦିଆଯାଉଛି ତାହେଲେ ତାଙ୍କୁ ପ୍ରଦର୍ଶନ ଉପରେ ଅଧିକ ଫୋକସ କରିବାକୁ ପଡିବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି ।

ଡେଥ ଓଭର ବୋଲିଂ ପାଇଁ ନୂଆ ଯୋଜନା

ଡେଥ ଓଭରରେ ଦୁର୍ବଳ ବୋଲିଂ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ନିକଟରେ ଖେଳାଯାଇଥିବା କିଛି ମ୍ୟାଚରେ ଡେଥ ଓଭରରେ ବୋଲର ପ୍ରବଳ ରନ ବ୍ୟୟ କରିଛନ୍ତି । ଭାରତୀୟ ପେସର ଡେଥ ଓଭରକୁ ନିୟନ୍ତ୍ରଣରେ ରଖି ପାରୁନାହାନ୍ତି । ଶେଷ ୪-୫ ଓଭରେ ଭାରତୀୟ ବୋଲର ବେପାରୁଆ ବୋଲିଂ କରି ବିପକ୍ଷ ଦଳକୁ ରନ୍ ବ୍ୟୟ କରୁଛନ୍ତି । ତେଣୁ ଡେଥ ଓଭରରେ ଜଶପ୍ରିତ ବୁମରାଙ୍କ ସହିତ ଅନ୍ୟ ବୋଲରଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ।

ଭୁବନେଶ୍ବର କୁମାରଙ୍କ ବିକଳ୍ପ

ସିନିୟର ପେସର ଭୁବନେଶ୍ବର କୁମାର ନିକଟରେ ଖେଳାଯାଇଥିବା ଡେଥ ଓଭର ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଏହା ସତ୍ତ୍ବେ ବି ଦଳ ତାଙ୍କୁ ବାରମ୍ବାର ସୁଯୋଗ ଦେଇ ତାଙ୍କ ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିଛି । ହେଲେ ଏବାବଦରେ ବିଶେଷଜ୍ଞ କହିଛନ୍ତି ଦଳ ଏପରି କରି ତାଙ୍କ ଉପରେ ଚାପ ପକାଉଛି । ଏହା ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡିପାରେ । ଯଦି ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉଛି ତାହେଲେ ତାଙ୍କ ଓଭରକୁ ପ୍ରଥମେ ଶେଷ କରିବାକୁ ପଡିବ । କାରଣ ତାଙ୍କ ବୋଲିଂ ସ୍ପିଡ ଏବଂ ଲାଇନ ଡେଥ ଓଭରରେ ସଠିକ ଫଳାଫଳ ଦେବାରେ ବିଫଳ ରହୁଛି ।

ABOUT THE AUTHOR

...view details