ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ ପରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଙ ପନ୍ତଙ୍କ କ୍ରିକେଟ ଜୀବନରେ ନୂଆ ମୋଡ ଆସିଛି । ଚମତ୍କାର ସଟ୍ ସହ ସେ ବିଶ୍ବ କ୍ରିକେଟର ଅନେକ ତାରକାଙ୍କୁ ପ୍ରଭାବିତ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ଭେଟେରାନ ଜେମ୍ସ ଆଣ୍ଡରସନଙ୍କୁ ଦର୍ଶନୀୟ ଓ କିଛି ଅବିଶ୍ବସନୀୟ ସଟ୍ ଖେଳି ଚକିତ କରିଥିଲେ ପନ୍ତ ।
ନିକଟ ଅତୀତରେ ପନ୍ତଙ୍କ ଏହି ସବୁ ପ୍ରଭାବୀ ପ୍ରଦର୍ଶନ ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କୁ ପ୍ରଭାବିତ କରିଛି । କୈଫ କହିଛନ୍ତି, ଆଗାମୀ ଟି-20 ବିଶ୍ବକପରେ ଟିମ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂର ବଡ ଶକ୍ତି ପାଲଟିବେ ପନ୍ତ । ଟି20 ବିଶ୍ବକପରେ ପନ୍ତ ପ୍ରମୁଖ ଭୂମିକା ନିଭାଇବେ ବୋଲି କହିଛନ୍ତି କୈଫ ।