ଓଡିଶା

odisha

ETV Bharat / sports

ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ମାତୃ ବିୟୋଗ, ଭଜିଙ୍କ ଶୋକ - ସୋଏବ ଅଖତରଙ୍କ ମାତୃ ବିୟୋଗ

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅକତରଙ୍କ ମାତୃ ବିୟୋଗ । ମାଆଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଅଖତର । ଅଧିକ ପଢନ୍ତୁ

Ex-Pakistan pacer Shoaib Akhtar's mother passes away, Bhajji pays condolences
ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ମାତୃ ବିୟୋଗ, ଭଜିଙ୍କ ଶୋକ

By

Published : Dec 26, 2021, 5:50 PM IST

ଇସଲାମାବାଦ:ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅକତରଙ୍କ ମାତୃ ବିୟୋଗ । ମାଆଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଅଖତର । ଫଳରେ ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କ ସମେତ କ୍ରିକେଟ ଜଗତ ଅଖତରଙ୍କ ମାଆଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଦ୍ରୁତ ବୋଲର ଅଖତର ଟ୍ବିଟ୍‌ରେ ଲେଖିଛନ୍ତି, "ମୋ ମାଆ ମୋର ସବୁକିଛି ମୋତେ ଛାଡି ଇଶ୍ବରଙ୍କ ନିକଟଙ୍କୁ ସ୍ବର୍ଗକୁ ଚାଲିଗଲା । ଇସଲମାବାଦ ସ୍ଥିତ ସେକ୍ଟର H-୮ରେ ଶେଷକୃତ୍ୟ ପ୍ରାର୍ଥନସଭା ହେବ ।"

ଅଖତରଙ୍କ ବନ୍ଧୁ ତଥା ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ଟ୍ବିଟ୍‌ରେ ଲେଖିଛନ୍ତି, "ଏହି ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଗବୀର ଶ୍ରଦ୍ଧାଞ୍ଜଳୀ, ଇଶ୍ବରଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା ।"

ଏହାମଧ୍ୟ ପଢନ୍ତୁ: SA vs Ind, 1st Test: ଟସ୍‌ ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ

46 ବର୍ଷୀୟ ଅଖତରଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟର ଦ୍ରୁତ ବଲ୍‌ ବୋଲିଂ କରିଥିବାର ରେକର୍ଡ ରହିଛନ୍ତି । ବର୍ଷ ୨୦୦୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟାପ୍ରତି ୧୬୧ କିଲୋମିଟର ବେଗରେ ଏକ ବଲ୍‌ ବୋଲିଂକରିଥିଲେ ଅଖତର । ତାଙ୍କୁ ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ମଧ୍ୟ ସମ୍ବୋଧନ କରାଯାଏ ।

ଭେଟେରାନ ପାକସ୍ତାନୀ ବ୍ୟାଟର୍‌ ସୋଏବ ମଲିକ ମଧ୍ୟ ଟ୍ବିଟ୍‌ ଯୋଗେଁ ଅଖତରଙ୍କ ମାତୃ ବିୟୋଗ ଖବରରେ ଦୁଃଖ ପ୍ରକାଶ କରିା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Ashes: ବକ୍ସିଂ ଡେ ଟେଷ୍ଟ, ଇଂଲଣ୍ଡ ୧୮୫ ରନ୍‌ରେ ଅଲଆଉଟ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details