ହାଇଦ୍ରାବାଦ:T20 ବିଶ୍ବକପରେସେମିଫାଇନାଲ ଖେଳିବା ପାଇଁ ଚାରୋଟି ଟିମ୍ ଟିକେଟ୍ ହାତେଇ ସାରିଛନ୍ତି । ସୁପର ୧୨ ପର୍ଯ୍ୟାୟର ମହାମୁକାବିଲା ପରେ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୃପ ୧ରୁ ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଗୃପ ୨ ରେ ଭାରତ ଓ ପାକିସ୍ତାନ ସେମିରେ ଏଣ୍ଟ୍ରି ମାରିଛନ୍ତି । ତେବେ ସେମିଫାଇନାଲ ପାଇଁ ଚାରୋଟି ଦଳର ନାମ ସିଜ୍ ହୋଇସାରିବା ପରେ କ୍ରିକେଟ ପ୍ରଶଂସକ ଚାହିଁଛନ୍ତି ଯେ ପୁଣି ଥରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହୁଅନ୍ତୁ ।
ଭାରତ ଓ ପାକିସ୍ତାନ ଉଭୟ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଅଟନ୍ତି । ଉଭୟ ଦଳ ବିପକ୍ଷରେ ସବୁବେଳେ ହାଇଭୋଲଟେଜ୍ ମୁକାବିଲା ହୋଇଥାଏ । ଏହି ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ କଡା ଟକ୍କର ଦେଖିବା ପାଇଁ ଦର୍ଶକ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି । କେବଳ ଭାରତ ପାକିସ୍ତାନ କ୍ରିକେଟ ପ୍ରେମୀ ନୁହଁନ୍ତି ବରଂ ବିଦେଶରେ ମଧ୍ୟ ଉଭୟ ଦଳ ମଧ୍ୟରେ ମ୍ୟାଚ ଦେଖିବାକୁ ଉତ୍ସାହିତ ରହିଥାନ୍ତି ପ୍ରଶଂସକ । ଚଳିତ T20 ବିଶ୍ବକପରେ ଭାରତ ଓ ପାକିସ୍ତାନ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେଣୁ କ୍ରିକେଟ ପ୍ରଶଂସକ ଫାଇନାଲରେ ପୁଣି ଥରେ ଭାରତ ପାକିସ୍ତାନ ମୁହାଁମୁହିଁ ହୁଅନ୍ତୁ ବୋଲି ଆଶା ରଖିଛନ୍ତି । ଏନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ରହିଛି । ବର୍ଷ 2011 ଦିନିକିଆ ବିଶ୍ବକପରେ, ଯେତେବେଳେ ଉଭୟ ଚିର ପ୍ରତିଦ୍ବନ୍ଦୀ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ସେତେବେଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା 495 ନିୟୁତ ବୋଲି ଗଣନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:T20 World Cup : ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ