ଓଡିଶା

odisha

ETV Bharat / sports

ମୋ ପାଇଁ ହତ୍ୟା ଠାରୁ ବଡ ଅପରାଧ ମ୍ୟାଚ ଫିକ୍ସିଙ୍ଗ: ଧୋନି

‘ମୁଁ ଫିକ୍ସିଙ୍ଗରେ କେବେ ମଧ୍ୟ ସାମିଲ ହୋଇ ପାରିବିନି, କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚିଛି, ମତେ ଯାହା ବି ମିଳିଛି, ତାହା କେବେଳ କ୍ରିକେଟ ପାଇଁ । ବ୍ୟକ୍ତିଗତ ଭାବେ ଯଦି ସବୁଠାରୁ ବଡ ଅପରାଧ ମୁଁ କରିବି ତାହା ହତ୍ୟା ନୁହେଁ ବାସ୍ତବରେ ମ୍ୟାଚ ଫିକ୍ସିଙ୍ଗ ହେବ।’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 22, 2019, 11:54 AM IST

ନୂଆଦିଲ୍ଲୀ: ଆଇପିଏଲର ଦ୍ବାଦଶ ସଂସ୍କରଣ 23 ମାର୍ଚ୍ଚରୁ ଆରମ୍ଭ ହେବ । ଏହା ପୂର୍ବରୁ ଅନେକ କଥା ଉପରୁ ପରଦା ହଟାଇଛନ୍ତି ସିଏସ୍‌କେର କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନି । ଦୁଇଥର ବିଶ୍ବବିଜେତା ହୋଇଥିବା ଟିମର କ୍ୟାପ୍ଟେନ ଧୋନି ହଟଷ୍ଟାରରେ ରିଲିଜ ହୋଇଥିବା ଡକ୍ୟୁଡ୍ରାମା ‘ରୋର ଅଫ ଦ ଲାୟନ’ ରେ ପ୍ରଥମ ଥର ପାଇଁ ସ୍ପଟ ଫିକ୍ସଙ୍ଗ ଉପରେ ମୁହଁ ଖୋଲିଛନ୍ତି ।

‘ଆମେ କ’ଣ ଭୁଲ କରିଥିଲୁ’ ଶୀର୍ଷକ ଥିବା ପ୍ରଥମ ଏପିସୋଡରେ ଧୋନି କହିଛନ୍ତି, ‘2013 ମୋ କ୍ରିକେଟ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା । ଏହା ପୂର୍ବରୁ 2007ରେ ଆମେ ଆଇସିସି ବିଶ୍ବକପ୍ ହାରିବା ପରେ ଏମିତି ଖରାପ ସମୟ ମୁଁ ଦେଖିଥିଲି କିନ୍ତୁ ଏହା 2013 ଠାରୁ ଖୁବ ଅଲଗା ଥିଲା । 2007ରେ ଆମେ ଭଲ ଖେଳି ନଥିଲୁ । ଲୋକେ ସ୍ପଟ ଫିକ୍ସିଙ୍ଗ ଓ ମ୍ୟାଚ ଫିକ୍ସିଙ୍ଗ ବିଷୟରେ କଥା ହେଉଥିଲେ । ସେତେବେଳେ ଦେଶରେ ସବୁଠାରୁ ଅଧିକ ଏହି ବିଷୟରେ ଚର୍ଚ୍ଚା ହେଉଥିଲା ।

ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାନ ନେଇ ଧୋନି କହିଥିଲେ, ‘ଏହି ଘଟଣା ପରେ ଆମେ ଜାଣିଥିଲୁ ଯେ ଆମକୁ ଶକ୍ତ ଦଣ୍ଡ ମିଳିବ. କିନ୍ତୁ ଏହା କେତେ ଲମ୍ବା ହେବ ତାହା ଜାଣି ନଥିଲୁ । ଶେଷରେ ଜଣାପଡିଲା ଯେ ସିଏସ୍‌କେ ଉପରେ ଦୁଇବର୍ଷପାଇଁ ପ୍ରତିବନ୍ଧ ଲଗାଯାଇଛି । ଏମିତିରେ ମନରେ ଅନେକ ଥର ପ୍ରଶ୍ନ ଆସିଛି ଯେ ଏଥିରେ ଟିମର କଣ ଭୁଲ ଥିଲା । ହଁ ମାନୁଛୁ ଯେ ଭୁଲ ହୋଇଥିଲା କିନ୍ତୁ ଏଥିରେ କ’ଣ ଟିମ ସଦସ୍ୟ ସାମିଲ ଥିଲେ । ଆମର ଏମିତି କ’ଣ ଭୁଲ ଥିଲା ଯେ ଆମକୁ ଏହି ସବୁ କଥା ସହିବାକୁ ପଡିଲା।’

ଧୋନି ଆଗକୁ କହିଲେ, ‘ସ୍ପଟ ଫିକ୍ସିଙ୍ଗ କେହି ବି କରି ପାରେ । ଏହା ଅମ୍ପାୟାର ମଧ୍ୟ କରି ପାରନ୍ତି, ବ୍ୟାଟ୍ସମ୍ୟାନ କରି ପାରନ୍ତି, ବୋଲର ବି କରି ପାରନ୍ତି । କିନ୍ତୁ କୌଣସି ମ୍ୟାଚ ଫିକ୍ସ କରିବା ପାଇଁ ଟିମର ଖେଳାଳିଙ୍କ ମେଜୋରିଟି ଦରକାର।’

ଧୋନି ଫିକ୍ସିଙ୍ଗରେ ନିଜ ନା ଆସିବା ନେଇ ମଧ୍ୟ ‘ରୋର ଅଫ ଲାୟନରେ’ କହିଛନ୍ତି । କିଛି ବୁକିସ ଧୋନିଙ୍କ ନା ବି ନେଇ ଥିଲେ । ଏନେଇ ଧୋନି କହିଥିଲେ ‘ମୋ ନାଁ ମଧ୍ୟ ଉଠିଥିଲା ଆଉ ମିଡିଆରେ ବି ଏମିତି ଦେଖାଇଲେ ଯେ ମୁଁ ବ୍ୟକ୍ତିଗତ ଭାବେ ଏଥିରେ ସାମିଲ ଅଛି।’

ଫିକ୍ସିଙ୍ଗରେ ନିଜ ନାଁ ଆସିବା ନେଇ ମାହି କହିଛନ୍ତି, ‘ମୁଁ ଫିକ୍ସିଙ୍ଗରେ କେବେ ମଧ୍ୟ ସାମିଲ ହୋଇ ପାରିବିନି, କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚିଛି, ମତେ ଯାହା ବି ମିଳିଛି, ତାହା କେବେଳ କ୍ରିକେଟ ପାଇଁ । ବ୍ୟକ୍ତିଗତ ଭାବେ ଯଦି ସବୁଠାରୁ ବଡ ଅପରାଧ ମୁଁ କରିବି ତାହା ହତ୍ୟା ନୁହେଁ ବାସ୍ତବରେ ମ୍ୟାଚ ଫିକ୍ସିଙ୍ଗ ହେବ।’

ଏହାସହ ଧୋନି ଶ୍ରୀନିବାସନ ଙ୍କ ଜ୍ୱାଇଁ ଗୁରୁନାଥ ମୟପ୍ପନଙ୍କୁ ନେଇ ମଧ୍ୟ ଖୋଲାଖୋଲି କଥା ହେଇଛନ୍ତି । ମୟପନ୍ନଙ୍କ ଫିକ୍ସିଙ୍ଗରେ ସାମିଲ ହେବା ନେଇ ଧୋନି କହିଛନ୍ତି ‘ଆରମ୍ଭରୁ ଯେତେବେଳେ ଗୁରୁଙ୍କ ନାଁ ଉଠିଥିଲା ସେ ଟିମର ସାମିଲ ଥିଲେ, କିନ୍ତୁ ତାକୁ ନେଇ ଚର୍ଚ୍ଚା ହେବା କେତେ ଯଥାର୍ଥ। ସେ କ’ଣ ଟିମର ମାଲିକ ଥିଲେ, ପ୍ରିନ୍ସିପାଲ ଥିଲେ, ନା ଟିମ ମୋଟିଭେଟର ଥିଲେ, କ’ଣ ଥିଲେ ସେ। ଆମକୁ ସେ ଟିମର ମାଲିକ ବୋଲି କୌଣସି ଫ୍ରାନଚାଇଜ କେବେ ପରିଚୟ କରାଇ ନଥିଲେ। ଆମେ କେବଳ ଜାଣିଥିଲୁ ଯେ ସେ ଶ୍ରୀନିବାସନଙ୍କ ଜ୍ୱାଇଁ।’

ABOUT THE AUTHOR

...view details