ଓଡିଶା

odisha

ETV Bharat / sports

ଆଇପିଏଲ ସିଜନ-12: ଏହି ଖେଳାଳିଙ୍କୁ ନେଇ ଓହ୍ଲାଇ ପାରେ ସିଏସକେ - csk

ସିଏସ୍‌କେ ନିଜ ଘରୋଇ ମଇଦାନରେ ମ୍ୟାଚ ଖେଳୁଥିବାରୁ ଏହା ଚେନ୍ନାଇ ପାଇଁ ଲାଭଦାୟକ ହେବ। କାରଣ ଘରୋଇ ମଇଦାନରେ ଖେଳାଯାଇଥିବା 70 ପ୍ରତିଶତ ମ୍ୟାଚରେ ଚେନ୍ନାଇର ବିଜୟ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @ChennaiIPL

By

Published : Mar 22, 2019, 1:27 PM IST

ଚେନ୍ନାଇ: ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ। ତେବେ ଉଭୟ ଟିମ ନିଜର ବେଷ୍ଟ ପ୍ଲେଇଙ୍ଗ 11କୁ ନେି ପଡିଆକୁ ଓହ୍ଲାଇବ ଆଉ ଲକ୍ଷ୍ୟ ରହିବ କେବଳ ଜିତ। ତେବେ ଧୋନିଙ୍କ ନେତୃତ୍ୱରେ ଗତଥର ଚାମ୍ପିୟନ ହୋଇଥିବା ସିଏସ୍‌କେର ପଲ୍ଲା ଏଥର ମଧ୍ଯ ଭାରି ଥିବା ଚର୍ଚ୍ଚା ହେଉଛି ।

ସିଏସ୍‌କେ ନିଜ ଘରୋଇ ମଇଦାନରେ ମ୍ୟାଚ ଖେଳୁଥିବାରୁ ଏହା ଚେନ୍ନାଇ ପାଇଁ ଲାଭଦାୟକ ହେବ । କାରଣ ଘରୋଇ ମଇଦାନରେ ଖେଳାଯାଇଥିବା 70 ପ୍ରତିଶତ ମ୍ୟାଚରେ ଚେନ୍ନାଇର ବିଜୟ ହୋଇଛି । ତେବେ ଚେନ୍ନାଇ ସୁପର କିଙ୍ଗସର କେଉଁମାନେ ପ୍ଲେଇଙ୍ଗ 11 ଆସନ୍ତୁ ଜାଣିବା।

ଓପନର
ଅମ୍ବାତି ରାୟଡୁ ଓ ଶେନ ୱାଟସନ ଓପନିଙ୍ଗ କରିବା ନିଶ୍ଚିତ ବୋଲି ମନେ କରାଯାଉଛି। ଏହି ଓପନିଙ୍ଗ ଜୋଡି ଗତ ସିଜରେ ଧୂଆଁଧାର ବୋଲିଂ କରି 600ରୁ ଅଧିକ ରନ ହାସଲ କରିଛନ୍ତି। ତେବେ ରାୟଡୁ ଏଥର ବିଶ୍ୱକପ୍‌ରେ ଚତୁର୍ଥ ନମ୍ବରରେ ନିଜର ସ୍ଥାନ ପକ୍କା କରିବା ପାଇଁ ନିଶ୍ଚିତ ଚେଷ୍ଟା କରିବେ।

ମିଡିଲ ଅର୍ଡର
ସୁରେଶ ରାଇନା, ଧୋନି ଓ ସେମ ୱିଲିଙ୍ଗସ୍ ମିଡିଲ ଅର୍ଡର ଭାର ସମ୍ଭାଳୁଥିବାର ଦେଖିବାକୁ ମିଳିବ। ଏହି ବ୍ୟାଟ୍ସମ୍ୟାନ ମାନଙ୍କୁ ଆଇପିଏଲର ଅନୁଭବୀ ଖେଳାଳି ବୋଲି ମନେ କରାଯାଏ । ରାଇନା ଲିଗରେ ଅଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ରାଇନା 34.38ର ଆଭେରେଜରେ 4985 ରନ କରି ସାରିଛନ୍ତି। ସେପଟେ ଧୋନି ମଧ୍ୟ ଜଣେ ଭଲ ଫିନିସର ହେବା ସହ ଜଣେ ବହୁତ ଭଲ ଅଧିନାୟକ।

ଅଲରାଉଣ୍ଡର
କେଦାର ଯାଦବ, ଡ୍ୱେନ ବ୍ରାଭୋ ଓ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡରଙ୍କ ଭୂମିକା ତୁଲାଇବେ। କେଦାର ଯାଦବ ଏବେ ଚମତ୍କାର ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ସେପଟେ ନିଜ ଦମରେ ମ୍ୟାଚ ଜିତାଇବାର କ୍ଷମତା ରଖିଥିବା ବ୍ରାଭୋ ବ୍ୟାଟିଂରେ ବଡ ବଡ ସଟ ଖେଳିବା ସହ ବୋଲିଂରେ ବ୍ରେକଥ୍ରୁ ଦେବାରେ ସଫଳ ହୋଇଥାନ୍ତି । ଏହାସହ ରବିନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଙ୍ଗରେ ମଧ୍ୟ ଭଲ ପ୍ରଦର୍ଶନ କରନ୍ତି ।

ବୋଲିଂ
ଦୀପକ ଚହର, ଇମରାନ ତାହିର ଓ ମୋହିତ ଶର୍ମାଙ୍କୁ ଟିମରେ ସାମିଲ କରାଯାଇଛି । ମୋହିତ ଶର୍ମା ଆଇପିଏଲରେ ଡେବ୍ୟୁ କରିବା ଦିନ ଠାରୁ ସିଏସକେ ପାଇଁ ଖେଳୁଥିଲେ କିନ୍ତୁ 2016ରେ କିଙ୍ଗସ ଇଲେଭେନ ପଞ୍ଜାବ ଟିମରେ ତାଙ୍କୁ ଚୟନ କରାଗଲା । ଟଳିତ ସିଜନରେ ତାଙ୍କୁ ପୁଣି ଚେନ୍ନାଇ ଟିମ ଫେରାଇ ଆଣିଛି ।

ABOUT THE AUTHOR

...view details